ଅଦିନିଆ ଝଡ଼ ବର୍ଷା ଛାରଖାର କରିଦେଲା ପାନବରଜ

(ରଜନୀକାନ୍ତ ପାତ୍ର)ହିଞ୍ଜିଳିକାଟୁ: ଗତ କାଲିର ଅଦିନିଆ ଝଡ଼ ବର୍ଷା ଛାରଖାର କରିଦେଲା ଅନେକ ପାନବରଜ ଚାଷ । ଚାଷୀ ଉପରେ ଦାଉ ସାଧିଲା ବର୍ଷା । ବର୍ଷ ବର୍ଷ ଧରି ଏହି ଅଞ୍ଚଳର ଅନେକ ପରିବାର ଏହି ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇବା ସହ ଏହାକୁ ଜୀବିକା ଭାବେ ଗ୍ରହଣ କରିଛନ୍ତି।
ବହୁ ଆଶା ନେଇ ଚାଷ କରିଥିବା ଚାଷୀର ଫସଲକୁ ଅଦିନିଆ ଝଡ଼ ଆସି ମାତ୍ର୧୫ ମିନିଟ୍ ରେ ତାଣ୍ଡବ ରଚି ସବୁ କିଛି ଧ୍ଵଂସ କରି ଚାଷୀଙ୍କ ମେରୁଦଣ୍ଡ କୁ ଦୋହଲାଇ ଚାଲି ଯାଇଛି। ଯାହାକୁ ନେଇ ପାନ ଚାଷୀ କୂଳ ଏବେ ଚିନ୍ତାରେ ରେ।ଏଭଳି ଦୃଶ୍ୟ ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ରାଳବ, ଶିକିରି,ଶାସନ ଆମ୍ବଗାଁ ଗ୍ରାମ ରେ ଦେଖିବାକୁ ମିଳିଛି । ଏହି ଝଡ଼ ବର୍ଷାରେ ପ୍ରାୟ ୧ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ପାନ ବରଜ ନଷ୍ଟ ହୋଇଥିବା ଚାଷୀ ମାନେ କହିଛନ୍ତି। ଅନେକ ଧାର କରଜ କରି ଚାଷୀ ମାନେ ଏହି ଚାଷ କରୁଥିବା ବେଳେ କେତେ ବେଳେ ବର୍ଷା ତ ଆଉ କେତେ ବେଳେ ପବନ ଦାଉ ସାଧୁଛି।ଘଟଣା କୁ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀ ପହଞ୍ଚି ନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି।ଯଦି ସରକାରଙ୍କ ତରଫରୁ କିଛି ସାହାଯ୍ୟ, ସହଯୋଗ ନମିଳେ ଚାଷୀ ମାନେ ଆଗାମୀ ଦିନରେ ଆତ୍ମହତ୍ୟା, ଦାଦନ ଖଟିବା ପାଇଁ ବାହାର ରାଜ୍ୟ ଯିବେ ବୋଲି କହିଥିବା ବେଳେ ଅନ୍ୟ କେତେକ ସ୍ଥାନ ରେ ଚାଷୀ ମାନେ ଆଗାମୀ ଦିନରେ ରାଜରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।