(ମମତା ସାମଲ)ରିପୋର୍ଟସଟୁଡେ: ମାଛ ବେସର ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ଥରେ ଚିକେନ ବେସର କରି ଦେଖନ୍ତୁ । ଖାଇବାକୁ ଯେତିକି ସୁଆଦିଆ, ପ୍ରସ୍ତୁତ କରିବା ବି ସେତିକି ସହଜ ।
ଆବଶ୍ୟକୀୟ ସାମଗ୍ରୀ: ଚିକେନ-୫୦୦ ଗ୍ରାମ,ତେଜପତ୍ର-୧ଟି, ସୋରିଷ – ଅଧ ଚାମଚ, ଜିରା- ଅଧ ଚାମଚ, କଞ୍ଚା ଲଙ୍କା-ଗୋଟେ, ଅଦା ଓ ରସୁଣ ବଟା- ୧ ଚାମଚ,ସୋରିଷ ତେଲ-୨ଚାମଚ,ଟମାଟୋ-୧ଟି, ପିଆଜ-୧ଟି, ଧନିଆ ପତ୍ର, ଲଙ୍କା ଗୁଣ୍ଡ- ୧ ଚାମଚ, ସ୍ୱାଦ ଅନୁସାରେ ଲୁଣ ।
ବେସର ମସଲା ପାଇଁ ସାମଗ୍ରୀ: ଅଧ ଚାମଚ ଜିରା,୧ ଚମାଚ ଧନିଆ,୭ଟି ଗୋଲ ମରିଚ ଗୋଟେ କଞ୍ଚା ଲଙ୍କା, ଅଧ ଚାମଚ ସୋରିଷ । ଏହି ସବୁ ସାମଗ୍ରୀକୁ ମିଶାଇ ଗ୍ରାଇଣ୍ଡ କରନ୍ତୁ ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଚିକେନକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାପରେ ଏଥିରେ ସୋରିଷ ତେଲ ଗୋଟେ ଚାମଚ,୧ ଚାମଚ ଲୁଣ ଓ ହଳଦୀ ମିଶାଇ ଗୋଳାଇ ଦିଅନ୍ତୁ । ଏବେ ଚିକେନକୁ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।
ଏବେ ଗ୍ୟାସ ଲଗାଇ ପ୍ୟାନ ବସାନ୍ତୁ । ଏବେ ଏଥିରେ ଗୋଟେ ଚାମଚ ସୋରିଷ ତେଲ ପକାଇ ଦିଅନ୍ତୁ । ତେଲ ଗରମ ହୋଇଗଲେ ତେଜପତ୍ର, ଜିରା, ଫୁଟଣ ପକାଇ ଫୁଟାଇବା । ଏବେ ଏଥିରେ କଞ୍ଚା ଲଙ୍କାକୁ କାଟି ପକାଇବେ । ଏବେ ଏଥିରେ କଟା ପିଆଜ ପକାଇବା । ପିଆଜରୁୁ କଞ୍ଚା ବାସ୍ନା ପଳେଇଲେ ସେଥିରେ ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ପକାଇବେ । ଏବେ ଏହି ମସଲାକୁ ଟିକେ ଟିକେ ପାଣି ଦେଇ ଭଲ ଭାବରେ କଷି ଦେବା । ମସଲା କଷି ହୋଇଗଲେ ଏଥିରେ କଟା ଟମାଟୋ ପକାଇ କଷିବା । ଟମାଟୋ ଭଲରେ ମିଶିଗଲେ ସେଥିରେ ଚିକେନ ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇବେ । ଚିକେନକୁ ୧୦ ମିନିଟ ଯାଏଁ କଷିବା ।
୧୦ ମିନିଟ ପରେ ପ୍ରସ୍ତୁତ କରିଥିବା ବେସର ମସଲାକୁ ପକାଇବେ । ଏବେ ଗ୍ୟାସର ଜାଳ କମ କରିଦେଇ ପାଣି ମିଶାଇବେ । ଚିକେନ ସିଝିଗଲେ ଏଥିରେ କଟା ଧନିଆ ପତ୍ର ମିଶାଇବେ । ଏବେ ପ୍ରସ୍ତୁତ ହୋଇଗଲା ଚିକେନ ବେସର ।