(ଜଗନ୍ନାଥ ମହାନ୍ତି/ କଟକ) ; କଟକ ବାଦାମ ବାଡ଼ି ଅଞ୍ଚଳରେ ଜଣେ ଅଟୋ ଚାଳକଙ୍କ ମହାନତା ଦେଖିବାକୁ ମିଳିଛି। କଟକ ମୁଣ୍ଡୁଳି ଅଞ୍ଚଳର ଦୀପାନଶୁ ଶେଖର ବାରିକ ନାମକ ଜଣେ ବ୍ୟକ୍ତି ଏସ କେ ଲିୟକତଙ୍କ ଅଟୋରେ ବସି ଯାଇଥିବା ବେଳେ ଦୀପାନଶୁ ଅନ୍ୟମନସ୍କ ହୋଇ ତାଙ୍କର ବ୍ୟାଗଟିକୁ ଅଟୋରେ ଛାଡ଼ିଦେଇଥିଲ। କିନ୍ତୁ ଅଟୋ ଚାଳକ ଏସ କେ ଲିୟାକତ ମାନବିକତାର ପରିଚୟ ଦେଇ କଟକ ବାଦାମ ବାଡ଼ି ଥାନାରେ ବ୍ୟାଗଟିକୁ ଆଣି ବ୍ୟାଗର ମାଲିକଙ୍କୁ ଯୋଗାଯୋଗ କରିଥିଲେ। ଏହାପରେ ଦୀପାନଶୁଙ୍କୁ ପୋଲିସ ଉପସ୍ଥିତି ରେ ଅଟୋ ଚାଳକ ଏସ କେ ଲିୟାକତ ବ୍ୟାଗଟିକୁ ଫେରାଇଥିଲେ। ଫେରାଇଥିବା ବ୍ୟାଗରେ ଟଙ୍କା , ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କିଛି ଦାମୀ ମେଡ଼ିସିନ ମଧ୍ୟ ରହିଥିଲା।ଏହି ଘଟଣାକୁ ସବୁ ମହଲରେ ପ୍ରଶଂସା କରାଯାଇଛି।