ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି  ଜିଲ୍ଲା ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତିର  ଜିଲ୍ଲା ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ  ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ପ୍ରାୟ 100ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଶିକ୍ଷା ଗ୍ରହଣ କରିଥିଲେ। ଯୋଗ ଅଭ୍ୟାସ, ପ୍ରାଣାୟାମ, ବକୃତା କିପରି କହିବେ,କଥା କିପରି କହିବେ, ନିଜର ବ୍ୟବହାର କିପରି କରିବେ ଏହିଭଳି ବିଭିନ୍ନ ଅଭ୍ୟାସ କରାଯାଇ ଥିଲା।ଏହି ଶିକ୍ଷା ପାଇବା ପରେ ଛାତ୍ର ଛାତ୍ରୀମାନେ ନିଜ ଦୈନନ୍ଦିନ ଜୀବନରେ ପରିବର୍ତ୍ତନ ଆଣିବା ସହ ନିଜର ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବେ।ଏକ ସୁସ୍ଥ ଶରୀର ଗଠନ କରିବା ସହ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବେ। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଭାପତି ଅଧ୍ୟାପକ ଦେବେଶ ଶଙ୍କର ହୋତା, ବିଭାଗ ସଂଯୋଜକ ମୁଖଲିଙ୍ଗ ପିଡ଼ିକାକା, ଜିଲ୍ଲା ପ୍ରମୁଖ ଅଧ୍ୟାପକ ବାଳ କୃଷ୍ଣ ଜେନା,ଜିଲ୍ଲା ସଂଯୋଜକ ପ୍ରକାଶ ରଇତ ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ପ୍ରଦାନ କରିଥିଲେ।