ଅଂସପୂର୍ଣ୍ଣ ଅବସ୍ଥାରେ ରହିଛି ନୂତନ ରାଜସ୍ବ ନିରୀକ୍ଷକ କାର୍ୟ୍ୟାଳୟ କୋଠା

(ସୋନପୁର / ଓମ ପ୍ରକାଶ ମିଶ୍ର) : ଅଂସପୂର୍ଣ୍ଣ ଅବସ୍ଥାରେ ରହିଛି ନୂତନ ରାଜସ୍ବ ନିରୀକ୍ଷକ କାର୍ୟ୍ୟାଳୟ କୋଠା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ କେନଝିରିଆପାଲି ଠାରେ ଥିବା ରାଜସ୍ୱ ନିରୀକ୍ଷକ କାର୍ୟ୍ୟାଳୟର ନୂତନ କୋଠା ପ୍ରାୟ ପାଞ୍ଚ ବର୍ଷ ହେବ ନିର୍ମାଣଧିନ ଅବସ୍ଥାରେ ପଡିରହିଛି।ଏହି ଅଞ୍ଚଳର ପ୍ରାୟ ଦୁଇ,ତିନି ପଞ୍ଚାୟତର ଲୋକେ ରାଜସ୍ବନିରକ୍ଷକ କାର୍ୟ୍ୟ ପାଇଁ ଏହି କାର୍ୟ୍ୟାଳୟ ଉପରେ ନିର୍ଭରଶୀଳ ହୋଇଥାନ୍ତି। ସ୍ଥାନୀୟ ପ୍ରଶାସନ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯିବା ସହିତ ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ।