୨ ଶିଶୁଙ୍କ ସଲୀଳ ସମାଧି

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ନରସିଂହପୁରରେ ଘଟିଛି ଏକ ଅଘଟଣ । ଆଜି ଦୁଇ ଶିଶୁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି ।
ସୂଚନା ମୁତାବକ, ନରସିଂହପୁର ଅନ୍ତର୍ଗତ ମାଳତୀ ଗାଁର ଦୁଇ ଦ୍ୱିତୀୟ ଶ୍ରେଣୀ ଛାତ୍ର ଓ ଛାତ୍ରୀ ସ୍କୁଲରୁ ଫେରିବା ପରେ ଏକାଠି ଗାଧେଇବାକୁ ଗାଁ ବଡ ପୋଖରୀକୁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟବସତଃ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।