ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ମଣିପୁର ପିଲାଙ୍କ ତଥ୍ୟ ପ୍ରଦାନ ନେଇ ଚିଠି
ମଣିପୁର ରାଜ୍ୟପାଳ ଓ ମୁଖ୍ୟ ସଚିବ ଓଡ଼ିଶାଙ୍ ହସ୍ତକ୍ଷେପ ଲୋଡିଛନ୍ତି
ଭୁବନେଶ୍ୱର : ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ମଣିପୁର ପିଲାଙ୍କ ତଥ୍ୟ ପ୍ରଦାନ ନେଇ ଚିଠି | ଓଡ଼ିଶାରେ ପଢ଼ୁଥିବା ମଣିପୁର ପିଲା ମାନଙ୍କ ନାମ, ପାଠ୍ୟକ୍ରମ, ନାମଲେଖା ବର୍ଷ, ହଷ୍ଟେଲରେ ରହୁଛନ୍ତି କି ନାହିଁ, ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଏକ ନିଦ୍ଧିଷ୍ଟ ଫର୍ମାଟରେ ତଥ୍ୟ ଦେବାକୁ ନିର୍ଦ୍ଧେଶ | ମଣିପୁର ରାଜ୍ୟପାଳ ଓ ମୁଖ୍ୟ ସଚିବ ଓଡ଼ିଶାଙ୍କ ହସ୍ତକ୍ଷେପ ଲୋଡିଛନ୍ତି | ଓଡ଼ିଶାରେ ପଢିବାକୁ ଇଛୁକ ଥିବା ପିଲାମାନଙ୍କ ନିମନ୍ତେ ନାମଲେଖା ତାରିଖକୁ କୋହଳ ପାଇଁ ଅନୁରୋଧ କରିଛନ୍ତି | ଉଚ୍ଚ ଶିକ୍ଷା ବିଭାଗ ଅଧୀନ ରେ ଆସୁଥିବା ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ରେଜିଷ୍ଟାରଙ୍କୁ ଚିଠି ଲେଖି ମଣିପୁର ଛାତ୍ରଛାତ୍ରୀଙ୍କ ବିଷୟରେ ଜରୁରୀ କାଳୀନ ଭିତିରେ 7 ଦିନରେ ତଥ୍ୟ ଦେବାକୁ ନିର୍ଦ୍ଦେଶ |
ମଣିପୁର ରାଜ୍ୟପାଳ ଅନୁସୂୟା ଉକେ ଗତ ଜୁନ 8ରେ ଓଡ଼ିଶା ରାଜ୍ୟପାଳଙ୍କୁ ଚିଠି ଲେଖି ମଣିପୁର ହିଂସା ସମ୍ପର୍କରେ ଅବଗତ କରାଇଥିଲେ | ଏଥିସହ ମଣିପୁରରେ ଇଣ୍ଟରନେଟ ସେବା ଓ କରଫ୍ୟୁ ଲାଗିଥିବା ସୂଚନା ଦେଇଥିଲେ | ମଣିପୁର ବହୁ ଛାତ୍ର ଛାତ୍ରୀ ଓଡ଼ିଶାରେ ପାଠ ପଢ଼ୁଥିବାରୁ ସେମାନଙ୍କ ଦୈନନ୍ଦିନ ଓ ପାଠ୍ୟକ୍ରମ ଖର୍ଚ୍ଚ ସମସ୍ୟା ଉପୁଜୁଥିବ ବୋଲି କହିଛନ୍ତି | ଏଭଳି ସ୍ଥିତିରେ ସେମାନଙ୍କ କୌଣସି ଅସୁବିଧା ନ ହେବ ସେଥିଲାଗି ସମସ୍ତ ସହଯୋଗ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି | ଚିଠିକୁ ଓଡ଼ିଶା ରାଜ୍ୟପାଳ ଜୁନ 16ରେ ଉଚ୍ଚ ଶିକ୍ଷା ବିଭାଗକୁ ପଠାଇଥିଲେ ଏବେ ପ୍ରାୟ ଦେଢ଼ ମାସ ପରେ ସକ୍ରିୟ ହୋଇଛି ବିଭାଗ |