(ରିପୋର୍ଟସଟୁଡେ / ଅରୁଣ କୁମାର ସାହୁ): ଭୁବନେଶ୍ୱର ଲକଡାଉନକୁ ୧୦୦ ଦିନ ପୁରୀ ଯାଇଛି । ଆଜି ଆମେ ଭୁବନେଶ୍ୱର ଏକ ନ ହାଟକୁ ପନିପରିବା ଦର ଦାମ କିପରିଅଛି ତାହା ପରଖିବା ପାଇଁ ପରିବା ହାଟରେ କିଛି ବ୍ୟବସାୟୀ । ଖାଉଟିଙ୍କ ସହିତ ସିଧା ସଳଖ କଥା ହେଇଥିଲୁ । ବ୍ୟବାସୀୟଙ୍କ କହିବା ଅନୁଯାୟୀ ପନିପରିବା ଦର ଦାମ ଚଢିକି ବା ଉଞ୍ଚା ଅଛି , କାହିଁକି ପଚାରିବାରୁ କହିଲେ ଯେ ଲୋକାଲ ପନିପରିବା ଆସିଗଲେ ଦର ଦାମ ଖସିଯିବ । ସାରା ଦେଶରେ କରୋନା ମୁକାବିଲା ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଫଳରେ ପନିପରିବା ଚାଷ ଉପରେ ପ୍ରଭାବ ଦେଖିବାକୁ ମିଳିଛି । ଯାହାର ପ୍ରଭାବ ପରିଲକ୍ଷିତ ହେଇଚି ହାଟରେ। ପନିପରିବା ବିକ୍ରି ହେଇପାରୁନି, ଲକଡାଉନରେ ଶସ୍ତା କିନ୍ତୁ ଅନଲକରେ ମାହାଙ୍ଗା ,ଧୀରେ ଧୀରେ ଜୀବନ ଯାତ୍ରା ସ୍ୱଭାବିକ ହେଉଥିବା ବେଳେ ଏବେ ଖାଉଟିଙ୍କ ଉପରେ ପଡିଛି ମାହାଙ୍ଗା ଚଡକ । ଆକାଶ ଛୁଆଁ ପରିବା ଦର,ଯାହାକୁ ଧରିବ ୬୦ ଉପରେ । ଏହି ଦୃଶ୍ୟ ଭୁବନେଶ୍ୱରର ସବୁଠାରୁ ବଡ ହାଟ ଏକ ନମ୍ବର କିନ୍ତୁ ଆମେ କିଛି ଖୁଚୁରା ବ୍ୟବସାୟୀଙ୍କ ସହିତ ସିଧାସଳଖ କଥା ହେଇଥିଲୁ ଏବଂ କହିଲେ ବର୍ତମାନ ବର୍ଷା ଦିନ ତେଣୁ ପନିପରିବା ଦର ଚଢା ରହିଛି । ନୂଆ ପନିପରିବା ଆସିବା ପରେ ଦରଦାମ ଖସିଯିବ ଯେହେତୁ ବର୍ତମାନ ପନିପରିବା ବାଙ୍ଗାଲୁରୁ । କଲିକତାରୁ ଆସୁଛି ତେଣୁ ଉଞ୍ଚା ରହିଛି । ଲୋକାଲ ପନିପରିବା ଆସିବା ପରେ ଦରଦାମ ନିୟନ୍ତ୍ରଣରେ ରହିବ । ଆଳୁର ଦର ରହିଛି ୨୮ ଟଙ୍କା, କାପ୍ସିକମ ୧୦୦ଟଙ୍କା, ବାଇଗଣ ୬୦ ଟଙ୍କା, ଝୁଡୁଙ୍ଗ ୫୦ ଟଙ୍କା ଓ ଭେଣ୍ଡି ୩୦ଟଙ୍କା ଥିବା ବେଳେ ତେବେ ରାଜଧାନୀର ଅନ୍ୟ ହାଟ ଗୁଡିକରେ ଦର ଅଧିକ ରହୁଛି । ସେପଟେ କରୋନା ପାଇଁ ଲୋକେ ରୋଜଗାର ହରେଇଥିବା ବେଳେ ମାହାଙ୍ଗା ଦର କିଛି ଲୋକଙ୍କୁ ବାଧୁଛି ସତ କିନ୍ତୁ ଦର ଠିକ ଅଛି ବୋଲି କହିଛନ୍ତି ଲୋକ ।