(ଟୁକୁନା ଖରା, ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲାରେ ରେଳଲାଇନକୁ ନେଇ ଜୋର ଧରିଲା ରାଜନୀତି । ଏହାକୁ ନେଇ ନବରଙ୍ଗପୁର ଠାରେ ପ୍ରେସ ମିଟ ଜରିଆରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ । ନବରଙ୍ଗପୁର ଭଳି ପଛୁଆ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ରେଳ ଲାଇନ ସଂଯୋଗ ହୋଇପାରିନଥିବା ବେଳେ କେନ୍ଦ୍ର ସରକାର ନବରଙ୍ଗପୁର ଠାରେ ରେଳ ଲାଇନ ସଂଯୋଗୀକରଣ ପାଇଁ ପ୍ରାଥମିକତା ଦେଇ ପ୍ରକଳ୍ପ ନିମନ୍ତେ ଟଙ୍କା ମଞ୍ଜୁର କରୁଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ପ୍ରକଳ୍ପ ଆଗେଇ ପାରୁନଥିବା ଅଭିଯୋଗ କରିଛନ୍ତି ବଳଭଦ୍ର ।
ସେ ପ୍ରକାଶ କରିଛନ୍ତି ଯେ ରାଜ୍ୟ ସରକାର ରେଳ ପ୍ରକଳ୍ପ ନିମନ୍ତେ ଜମି ଯୋଗାଇଦେଉ ନଥିବାରୁ କାମ ଆଗେଇ ପାରୁନଥିବା ଅଭିଯୋଗ କରିଛନ୍ତି । ଏତଦବ୍ୟତୀତ ନବରଙ୍ଗପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ସମସ୍ୟା, ଉମରକୋଟ ମେଡିକାଲରେ ବ୍ଲଡ଼ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ମିଳିଥିବାବେଳେ କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ କାମ ସରିପାରିନଥିବା ପ୍ରକାଶ କରିଥିଲେ ।