(ସୂର୍ଯ୍ୟକାନ୍ତ ବେହେରା /ମାଲକାନଗିରି): କରୋନାକୁ ନେଇ ସାରା ବିଶ୍ୱ ଭୟଭୀତ ଥିବବେଳେ ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ସଚେତନତା କାର୍ୟ୍ୟକ୍ରମ ହାତକୁ ନିଆଯାଉଛି। ଏହା ମଧ୍ୟରେ ମାଲକାନଗିରି ଜିଲ୍ଲା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଅଧ୍ୟାପକ ମାନେ ମିସି ଏକ ଭିନ୍ନ ସାନିଟାଇଜେସନ ମେସିନ ବାହାର କରିଛନ୍ତି ଯାହାକୁ ବିନା ହାତ ଲଗାଇ ନିଜକୁ ସାନିଟାଇଜେସନ କରିହେବ । ଏହା ଗୋଡ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଗୋଟିଏ ସାନିଟାଇଜେସନ ମେସିନ ତିଆରି କରିବାରେ ୧୨୦୦ ରୁ ୧୫୦୦ ଟଙ୍କା ଖର୍ଚ୍ଚ ହେଉଛି ବୋଲି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧକ୍ଷ୍ୟ କହିଛନ୍ତି । ଏହାକୁ ଆଗାମୀ ଦିନରେ ଜନଗହଳି ସ୍ଥାନ ତଥା ଡାକ୍ତରଖାନା, ବସଷ୍ଟାଣ୍ଡ ଓ ବିଭିନ୍ନ ଜନଗହଳି ଜାଗାରେ ଯୋଗାଇ ଦେବେ ବୋଲି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧକ୍ଷ୍ୟ ମାନେ କହିଛନ୍ତି ।