ବିକ୍ରମକୁ ଖୋଜିବାରେ ନାସା ପୁଣି ବିଫଳ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚନ୍ଦ୍ରାୟନ-୨ର ଲ୍ୟାଣ୍ଡର ବିକ୍ରମକୁ ଖୋଜିବାରେ ପୁଣି ଥରେ ବିଫଳ ହୋଇଛି ଆମେରିକୀୟ ମହାକାଶ ଏଜେନ୍ସି ନାସା ।ନାସା ଦ୍ୱାରା ଏବେ ଉତ୍ତୋଳନ କରାଯାଇଥିବା ଫଟ୍ରୋରେ ବିକ୍ରମର କୌଣସି ଚିହ୍ନବର୍ଣ୍ଣ ନାହିଁ । ଏହାକୁ ନେଇ ନାସା ପକ୍ଷରୁ କୁହାଯାଇଛି, ବିକ୍ରମ ଚନ୍ଦ୍ର ପୃଷ୍ଠରେ ଥିବା ଛାଇ ସ୍ଥାନରେ ଥାଇପାରେ, ତେଣୁ ଦେଖାଯାଉ ନାହିଁ । କିମ୍ବା ଯେଉଁ ସ୍ଥାନର ଫଟୋ ନିଆଯାଇଛି, ତାହା ବିକ୍ରମ ଲ୍ୟାଣ୍ଡିଂ କରିଥିବା ସ୍ଥାନଠୁ ଦୂରରେ ହୋଇପାରେ । ବିକ୍ରମ ସହ ଇସ୍ରୋର ସମ୍ପର୍କ ଛିନ୍ନ ହେବା ପରଠାରୁ ନାସା ତାର ଅର୍ୱିଟର ସାହାଯ୍ୟରେ ବିକ୍ରମକୁ ଖୋଜିବାକୁ ଦୁଇ ଥର ଉଦ୍ୟମ କରିସାରିଲାଣି । କିନ୍ତୁ ଅର୍ବିଟରକୁ କୌଣସି ସଫଳତା ମିଳିପାରୁ ନାହିଁ ।