ବହୁ ପରିମାଣର କଫସିରପ ଓ ବ୍ରାଉନ ସୁଗାର ଜବତ

(ଖୋର୍ଦ୍ଧା) : ଆଜି କାଲି ଯୁବଗୋଷ୍ଠିଙ୍କ ମଧ୍ୟରେ ନିଶା କାରବାର ମାତ୍ରାଧିକରେ ଦେଖିବାକୁ ମିଳୁଛି । ଯାହାକୁ ନେଇ ଏହି ନିଶା ବ୍ୟବସାୟରେ ଅଙ୍କୁଶ ଲଗାଇବାକୁ ଅବକାରୀ ବିଭାଗ ବିଭିନ୍ନ ଜାଗାରେ ଚଢାଉ ଜାରି ରଖିଛି । ସେମିତି ଆଉ ଏକ ଖବର ସାମ୍ନକୁ ଆସିଛି । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ବିଡିଏ କଲୋନୀ ଅଂଚଳରେ ଅବକାରୀ ବିଭାଗ ଚଢ଼ାଉ କରି ୭୦୦ବୋତଲ କଫ୍ ସିରପ୍, ୩୦ଗ୍ରାମ ବ୍ରାଉନସୁଗାର ସହ ୪୯ ହଜାର ୫୭୦ ଟଙ୍କା ଜବତ କରିଥିବା ବେଳେ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମର ଅମରେଶ ବେହେରା । ସେପଟେ ଜବତ କଫ୍ ସିରପ୍ ଓ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଏସପି ଝାସକେତନ ବରିହା ।