(ରିପୋର୍ଟସଟୁଡେ): ଆବଶ୍ୟକ ସାମଗ୍ରୀ :
– ୨ଟି ମଧ୍ୟମ ଧରଣର ଚୋପା ଛଡା କଟା ହୋଇଥିବା ସିଝା ଆଳୁ
– ୧ଟି ଗୁଣ୍ଡ କଟା ପିଆଜ
– ୧ଟି କଞ୍ଚା ଲଙ୍କା
– କିଛି କଟା ଧନିଆ ପତ୍ର
– ୪ ଚାମଚ ତେନ୍ତୁଳି ଚଟ୍ନୀ
– ୨ ଚାମଚ ଗରମ ପୋଦନା ଚଟଣୀ
– ୧ ଟି ଲେମ୍ବୁ
– ୧ ବିଡ଼ା ପିଆଜ ପତ୍ର
– କିଛି ଚାଟ୍ ମସଲା
– ସ୍ୱାଦ ଅନୁସାରେ ଲୁଣ
୧- ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ସିଝା ହୋଇଥିବା ଆଳୁକୁ ଟିକେ ଅଧିକ ତେଲରେ ଗୋଲ୍ଡେନ୍ କଲର ହେବା ଯାଏ ଭଲ ଭାବେ ଫ୍ରାଏ କରନ୍ତୁ । ଫ୍ରାଏ ହୋଇଗଲା ପରେ ଆଳୁକୁ ଗୋଟିଏ ପାତ୍ରକୁ କାଢ଼ି ଦିଅନ୍ତୁ ଓ ପ୍ୟାନ୍ରେ ଥିବା ଅଧିକ ତେଲକୁ ଅଲଗା କରି ଦିଅନ୍ତୁ ।
୨- ଏବେ ପାତ୍ରରେ ଥିବା ଫ୍ରାଏଡ୍ ଆଳୁରେ କଟା ହୋଇଥିବା ଗୁଣ୍ଡ ପିଆଜ, କଞ୍ଚା ଲଙ୍କା ଓ ଧନିଆ ପତ୍ର ମିଶାଇ ଦିଅନ୍ତୁ । ତା’ ଉପରେ ତେନ୍ତୁଳି ଓ ପୋଦନା ଚଟଣୀ ମିଶାଇ ଦିଅନ୍ତୁ ।
୩- ଏବେ ତା’ ଉପରେ କିଛି ଲେମ୍ବୁ ରସ ଚିପୁଡି ଦିଅନ୍ତୁ ଓ ଏବେ ଚାଟ୍ ମସଲା, ପିଆଜ ପତ୍ର ଓ ଲୁଣ ଦେଇ ଭଲ ଭାବରେ ଗୋଳାଇ ନିଅନ୍ତୁ ।
୪- ଏବେ ଗରମ ଗରମ ପରସନ୍ତୁ ।