(ସରୋଜ କୁମାର ରାଉତ)ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ମଣ୍ଡଳ ସଦସ୍ୟ ମାନଙ୍କ ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ପ୍ରକାଶ ପାଇଛି ।ଏହି ସମ୍ପତ୍ତି ତାଲିକାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଦ୍ୱିତୀୟ ଧନୀ ମନ୍ତ୍ରୀ ପାଲଟିଛନ୍ତି । ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକମାତ୍ର ମନ୍ତ୍ରୀ, ଯାହାଙ୍କ ପାଖରେ ୨ଟି ରିଭଲଭର ଓ ଗୋଟିଏ ରାଇଫଲ୍ ରହିଛି। ନବ ଓ ତାଙ୍କ ପରିବାର ପାଖରେ ପ୍ରାୟ ୩୨ ଲକ୍ଷ ନଗଦ, ଏକ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ଦୁଇ କୋଟି ଟଙ୍କାରୁ ଅଧିକ ଫିକ୍ସଡ ଡିପାଜିଟ୍ ରହିଛି । ତେବେ ଏହି ତାଲିକାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ସୁରକ୍ଷା ପାଇଁ ନୁହେଁ ସୌଖୀନ ପାଈଁ ବନ୍ଧୁକ ରଖିଛି । ଛାତ୍ର ଅଵସ୍ଥାରୁ ରଖି ଆସିଛି ବନ୍ଧୁକ । ରାଜନୀତି ସହ ବ୍ୟବସାୟ କରିବା ଭୁଲ ନୁହେଁ । ବିଧାୟକ ହେବା ପୂର୍ବରୁ ଦିଲ୍ଲୀ ଓ ଭୁବନେଶ୍ୱରରେ ମୋର ଘର ଥିଲା ।