ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ବର: ରାଜ୍ୟ ସରକାର ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତାଲିକାକୁ ନେଇ କୌଣସି ଆପତ୍ତି ଥିଲେ ଅଭିଯୋଗ କରାଯାଇ ପାରିବ ଓ ପରାମର୍ଶ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସଂରକ୍ଷଣ ତାଲିକାକୁ ନେଇ କୌଣସି ଅଭିଯୋଗ କିମ୍ବା ପରାମର୍ଶ ପାଇଁ ଜାନୁଆରୀ ୧ ତାରିଖ ଯାଏଁ ସମୟ ଦିଆଯାଇଛି । ଅଣସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି ଅନୁଗୁଳ, କଟକ, କେନ୍ଦୁଝର, ଗଜପତି, ଦେବଗଡ, ନୟାଗଡ, ସୋନପୁର । ସେହିପରି ମହିଳାଙ୍କ ପାଇଁ ସଂରକ୍ଷଣ ଥିବା ଜିଲ୍ଲାଗୁଡିକ ହେଉଛି- ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡା ଓ ଅନୂସୁଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି ମୟୁରଭଞ୍ଜ, ସୁନ୍ଦରଗଡ, ନବରଙ୍ଗପୁର ।