(ସୁନ୍ଦର କୁମାର ପାଣି)କୋରାପୁଟ : କୋଡ଼ିଙ୍ଗାମାଲି ବକ୍ସାଇଟ ପରିବହନ ବନ୍ଦ ହେବା ପରେ ଏହାକୁ ନେଇ ପେଟପାଟଣା ହରାଇବା ସାଙ୍ଗରେ ଶହ ଶହ ଗ୍ରାମବାସୀ ,ଗାଡି ମାଲିକ ଓ କାମ କରୁଥିବା ପରିବାର ଆଜି କୋରାପୁଟ ଜିଲ୍ଲାପାଳ ଓ ପୁଲିସ ଡିଆଇଜିଙ୍କୁ ଖଣି କାର୍ୟ୍ୟ ଚାଲୁ ରଖିବା ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି। କୋରାପୁଟ ଜିଲ୍ଲା ଲାଷ୍ମୀପୁର ଦସମନ୍ତପୁର ,ରାୟଗଡା ଜିଲ୍ଲାର କାଶିପୁର ବ୍ଲକ ର ଶହ ଶହ ଗ୍ରାମବାସୀ କୋରାପୁଟ ସହରରେ ପହଞ୍ଚି ଏକ ରାଲି କରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟଙ୍କ ପହଂଜିଥିଲେ। ରାଳିବେଳେ ପ୍ଲାକାର୍ଡ,ପୋଷ୍ଟର ,ବ୍ୟାନର ଧରି ବିଭିନ୍ନ ସ୍ଲୋଗାନ ଦେଇଥିଲେ। କୋଡ଼ିଙ୍ଗାମାଲି ବକ୍ସାଇଟ ଖନନ ବନ୍ଦ ହୋଇଗଲେ ଶହ ଶହ ଗ୍ରାମବାସୀ,ଗାଡ଼ି ମାଲିକ ନିଜର ରୋଜଗାର ହରାଇବସିବେ । ଖଣି ଖନନ କୁ ନେଇ ତିନିଶହ ଟିପର ମାଲିକ ନିଜର ସୁନା ଜମି ,ଜମି ବାଡ଼ି ବନ୍ଧକ ରଖି ଫାଇନଏନ୍ସ ରେଗାଡି ଗୁଡିକ ଆଣିଛନ୍ତି। ୨ଶହ ଡ୍ରାଇଭର୨ଶହ ହେଲପର ଏବଂ ସେହି ଅଞ୍ଚଳର ଶହ ଶହ ଲୋକେ ରୋଜଗାର ପାଉଥିଲେ , ଖଣି ଖନନ ବନ୍ଦ ହେବା ଫଳରେ ରୋଜଗାର ହରାଇ ବସିଛନ୍ତି , ଟିପର ମାଲିକ ମାନେ ଫାଇନଏନ୍ସ ଟଙ୍କା ନିୟମିତ ପୈଠ କରିପାରୁ ନଥିବା କହିଛନ୍ତି।
ପୂର୍ବତନ ଲାଷ୍ମୀପୁର ବିଧାୟକ,ପୂର୍ବତନ କୋରାପୁଟ ବିଧାୟକ, ଲାଷ୍ମୀପୁର ବ୍ଲକ ଉପାଧ୍ୟକ୍ଷ ଅଧ୍ୟକ୍ଷ, ପ୍ରମୁଖ ଙ୍କ ନେତୃତ୍ୱରେ ଶହ ଶହ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଏନ ଭଗବାନ ଚୌଧୁରୀ ଦାବି ପତ୍ର ଗ୍ରହଣ କରିଥିଲେ ,ଡ଼ିଆଇଜି ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଆଲୋଚନା କରିଥିଲେ। ଯଦି ସମସ୍ୟାର ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ବଡ଼ଧରଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି କୋଡ଼ିଙ୍ଗାମାଲି ପ୍ରଭାବିତ ଅଞ୍ଚଳ ବାସୀ।