ହିଞ୍ଜିଳି/ ରଜନୀକାନ୍ତ ପାତ୍ର: ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା । କୁକୁଡ଼ା ଉପରେ ଗାଡି ଚଢିଗଲା ବୋଲି ଗାଁ ଦାଣ୍ଡରେ ବୁଲିଲି ଖଣ୍ଡା । ଏହାକୁ ନେଇ ଗଞ୍ଜାମ ପୋଲସରା ଥାନା ଅନ୍ତର୍ଗତ କଳମ୍ବ ପଞ୍ଚାୟତରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ଚଢ଼ିଆ ପଡ଼ାରେ ବାଇକ ଦ୍ରୁତ ଗତିରେ ସାହି ମଧ୍ୟରେ ଚଳାଇବାକୁ ନେଇ ଗଣ୍ଡଗୋଳ ଦେଖାଦେଇଛି
ବାଇକ ଚାଳକ ଦ୍ରୁତ ଗତିରେ ଚଲାଇବା ବେଳେ ଏକ କୁକୁଡ଼ା ଉପରେ ମାଡି ଯାଇଥିଲା । ବାଇକ ଚାଳକ ଗୋଷ୍ଠୀ ଓ କୁକୁଡ଼ା ମାଲିକ ଗୋଷ୍ଠୀ ମଧ୍ୟରେ ବଚସା ହୋଇ ପରେ ଉଗ୍ର ରୂପ ଧାରଣ କରିଥିଲା । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଉଭୟଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟକ୍ତି ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଥାନାରେ ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।