କିକ୍ରେଟକୁ ବାଏ ବାଏ କହିଲେ ପ୍ରଜ୍ଞାନ ଓଝା

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: କିକ୍ରେଟକୁ ବାଏ ବାଏ କହିଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା । ସେ କ୍ରିକେଟର ସମସ୍ତ ପ୍ରକାରର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଟ୍ୱିଟ୍ କରି ସେ ଏ ବିଷୟରେ ସୂଚନା ଦେଇଛନ୍ତି। ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ପାଇଁ ୧୪ ବର୍ଷ ଧରି କ୍ରିକେଟ ଖେଳିଥିଲେ ପ୍ରଜ୍ଞାନ। ଭିଭିଏସ ଲକ୍ଷ୍ମଣ, ଭେଙ୍କଟପତି ରାଜୁ ଓ ମହେନ୍ଦ୍ର ସିଂ ଧୋନିଙ୍କୁ କୃତଜ୍ଞତା ଜଣାଇଲେ ପ୍ରଜ୍ଞାନ।ଏହା ସହ ତାଙ୍କୁ ସମର୍ଥନ କରିଥିବା ସମସ୍ତ ଶୁଭେଚ୍ଛୁ ଓ କ୍ରିକେଟ୍ ପ୍ରେମୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ତା’ସହିତ ଟିମ୍ ଇଣ୍ଡିଆରେ ଖେଳିବା ପାଇଁ ସୁଯୋଗ ଦେଇଥିବାରୁ ବିସିସିଆଇକୁ ମଧ୍ୟ ପ୍ରଜ୍ଞାନ ଧନ୍ୟବାଦ ଜଣାଇଛନ୍ତି।
ଆନ୍ତର୍ଜାତିୟ କ୍ରିକେଟରେ ଭାରତ ପାଇଁ ୨୪ଟି ଟେଷ୍ଟ ମ୍ୟାଚ ଖେଳି ୧୧୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ୧୮ ଟି ଦିନିକିଆ ମ୍ୟାଚ ଖେଳି ୨୧ ଟି ୱିକେଟ ଅକ୍ତିଆର କରିଛନ୍ତି ପ୍ରଜ୍ଞାନ । ସେହିପରି ଆଇପିଏଲରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ୯୨ଟି ଆଇପିଏଲ ମ୍ୟାଚରୁ ୮୯ଟି ୱିକେଟ ଅକ୍ତିଆର କରିଛନ୍ତି ପ୍ରଜ୍ଞାନ । ଆଇପିଏଲ ଦଳ ଡେକାନ ଚାର୍ଜସ ଓ ମୁମ୍ୱାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ ପ୍ରଜ୍ଞାନ । ଇଂଲଣ୍ଡର କାଉଣ୍ଟି କ୍ଲବ ସରେ ପାଇଁ ମଧ୍ୟ ଖେଳିଥିଲେ ପ୍ରଜ୍ଞାନ ।