କରୋନାକୁ ନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା

(ସରୋଜ କୁମାର ରାଉତ)ଭୁବନେଶ୍ୱର: କରୋନା ନେଇ ଏବେ ଚାରିଆଡ଼େ ଭୟର ବାତାବରଣ ଦେଖାଦେଇଛି। ଏନେଇ ସରକାର ନିର୍ଦ୍ଦେଶାନାମା ଜାରି କରିସାରିଲେଣି । ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନକୁ ନଜରରେ ରଖାଯାଇଛି। ଏଥିରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓଡ଼ିଶାର ସମସ୍ତ ସ୍କୁଲ ଗୁଡ଼ିକ ଉପରେ ନଜର ରଖିଛି। ଏହି ଭାଇରସର କବଳରୁ କିପରି ପିଲା ମାନଙ୍କୁ ଦୂରେଇ ରଖାଯାଇପାରିବ। ସେ ନେଇ ନିର୍ଦ୍ଦେଶାନାମା ଜାରି କରିଛି ଗଣ ଶିକ୍ଷା ବିଭାଗ। ଆଜି ଲୋକସେବା ଭବନ ଠାରେ ବିଦ୍ୟାଳୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ସୂଚନା ଦେଇଛନ୍ତି।