ଭାରତ: ମଶା ଦ୍ୱାରା ବ୍ୟାପୁଛି ଜୀକା ଭାଇରସ । ଡେଙ୍ଗୁ ପରି ଏହି ଭାଇରସ ମଧ୍ୟ ମଶା ଦ୍ୱାରା ବ୍ୟାପୁଛି । ବିଗତ ଦିନରେ କରୋନା ମହାମାରୀ ଲୋକଙ୍କୁ ବେଶ ପ୍ରଭାବିତ କରିଥିବାବେଳେ ଏବେ ମୁମ୍ବାଇରେ ଜୀକା ଭାଇରସର ଭୟ ଦେଖିବାକୁ ମିଳିଛି । ମୁମ୍ବାଇର ଜଣେ ବ୍ୟକ୍ତି ଜୀକା ଭାଇରସ୍ ପଜିଟିଭ୍ ଚିହ୍ନଟ ହେଇଛନ୍ତି। ମୁମ୍ବାଇରେ ଏହି ଭାଇରସ ଚିହ୍ନଟ ହେବା ପରେ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଚିନ୍ତା ବଢିବାରେ ଲାଗିଛି । ଏହି ଭାଇରସ ଦ୍ୱାରା ପ୍ରଭାବିତ ଲୋକଙ୍କଠାରେ ଜ୍ୱର ଆସିବା ଲକ୍ଷଣ ଦେଖାଯିବା ସହିତ ତ୍ୱଚା ଲାଲ୍ ହୋଇଯିବ । ଏହା ସହିତ ମୁଣ୍ଡ ବିନ୍ଧିବା ଲକ୍ଷଣ ମଧ୍ୟ ଦେଖାଯିବ । ଜୀକା ଭାଇରସରେ ସଂକ୍ରମିତ ହେଲେ ଜଣେ ଗର୍ଭବତୀ ମହିଳାଙ୍କ ଠାରୁ ଏହା ଶିଶୁକୁ ମଧ୍ୟ ବ୍ୟାପିଥାଏ।
ମୁମ୍ବାଇର ୭୯ବର୍ଷ ବୟସ୍କା ବ୍ୟକ୍ତି ଏହି ଭାଇରସରେ ପଜିଟିଭ ଚିହ୍ନଟ ହେଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ, ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ରଖିଛନ୍ତି । ମଶାଦ୍ୱାରା ବ୍ୟାପୁଥିବା ଏହି ଜୀକା ଭାଇରସ୍ ୧୯୪୭ ମସିହାରେ ପ୍ରଥମେ ୟୁଗାଣ୍ଡାରେ ଦେଖିବାକୁ ମିଳିଥିଲା । ଆଉ ସେତେବେଳେ ଏହା ଅନେକଙ୍କ ଜୀବନ ନେଇଥିଲା । ଏବଂ ପରେ ୧୯୫୦ ଦଶକରେ ଅନ୍ୟ ଆଫ୍ରିକୀୟ ଦେଶରେ ଏହା ଦେଖାଦେଇଥିଲାବିଶେଷକରି ଗର୍ଭବତୀ ସ୍ତ୍ରୀ ଲୋକମାନେ ଏହି ଭାଇରସର ଶିକାର ହେଇଥାନ୍ତି।