ହରଡ ଘଣାରେ ୟୁଟ୍ୟୁବର

ଚର୍ଚ୍ଚିତ ୟ୍ୟଟ୍ୟୁବର ଅରମାନ ମଲ୍ଲିକ୍ । ଏବେ ହରଡ ଘଣାରେ ପଡି ଯାଇଛନ୍ତି ଏହି ୟୁଟ୍ୟୁବର ଜଣକ । କାହାକୁ ରଖିବେ, ଆଉ କାହାକୁ ଛାଡିବେ । ସେହି ଚିନ୍ତା ଏବେ ଅରମାନଙ୍କୁ ଘାରିଛି ।  କାରଣ ଏହାରି ଭିତରେ ଅରମାନଙ୍କୁ  କୋର୍ଟ ସମନ କରିଛନ୍ତି । ଯେଉଁ ଦୁଇ ପଚ୍ନୀଙ୍କ ନେଇ ବ୍ଲଗିଂ ଜରିଆରେ ସେ ଏତେ ଫେମସ୍ ହୋଇଥିଲେ । ଏବେ ସେଇ ୨ ପତ୍ନୀ ହିଁ, ତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି । କାରଣ ଏକା ସାଙ୍ଗରେ ୨ ପତ୍ନୀଙ୍କ ସହ ରହିବା, ଆଗକୁ ୟ୍ୟଟ୍ୟୁବରଙ୍କ ସମସ୍ୟ ବଢେଇପାରେ । କାରଣ ଏହା ହିନ୍ଦୁ ବିବାହ ଆକ୍ଟର ବିରୁଦ୍ଧରେ ରହିଛି ।

ଏବେ ପଟିଆଲା ଡିଷ୍ଟ୍ରିକ୍ କୋର୍ଟ, ଆରମାନଙ୍କୁ ସମନ ପଠାଇଛନ୍ତି । ଯେଉଁଥିରେ ସେପ୍ଟେମ୍ବର ୨ ତାରିଖ ଭିତରେ, କୋର୍ଟରେ ହାଜର ହେବାକୁ ନିଦେ୍ର୍ଦଶ ରହିଛି । ଆଉ ସବୁଠାରୁ ବଡ କଥା ହେଉଛି, ଏ ସମନ ସେତେବେଳେ ଆସିଛି । ଯେତେବେଳେ କି, ଅରମାନଙ୍କ ଦ୍ୱିତୀୟ ପତ୍ନୀ ପୁଣି ଥରେ ମାଆ ହେବାକୁ ଯାଉଥିବା, ୟୁଟ୍ୟବରେ ସେୟାର୍ କରିଛନ୍ତି ।  ଏହି ୩ ଜଣ ପତି-ପତ୍ନୀଙ୍କ ନାମରେ କୋର୍ଟରେ ମାମଲାକୁ ରୁଜୁ କରିଛନ୍ତି, ଡି. ରାଜପୁତ୍ ନାମକ ଜଣେ ବ୍ୟକ୍ତି । ଆଉ ସେ ଦର୍ଶାଇଛନ୍ତି ଏଭଳି ବିବାହ ହିନ୍ଦୁ ଆକ୍ଟ ବିରୁଦ୍ଧରେ । ନିୟମ ଅନୁଶାରେ ଜଣେ ବ୍ୟକ୍ତି ଜଣକୁ ହିଁ ବିବାହ କରି ପାରିବେ । ଆଉ ଯଦି ସେ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଉଛନ୍ତି, ତ ସେ ଆଉ ଥରେ ବିବାହ କରି ପାରିବେ । କିନ୍ତୁ ଅରମାନ ପ୍ରଥମ ପତ୍ନୀଙ୍କୁ ପାଖରେ ରଖି ମଧ୍ୟ ଦ୍ୱିତୀୟ ବିବାହ କରିଛନ୍ତି । ଆଉ ଦୁହିଁକୁ ପାଖରେ ରଖିଛନ୍ତି  ।

ତେବେ ଦେଖିବାକୁ ଖାଲି ବାକି ରହିଲା । କୋର୍ଟର ଏହି ସମନ ପରେ ୟୁଟ୍ୟବରଙ୍କ ଗତି କୁଆଡେ ଯାଉଛି । ୨ ପତ୍ନୀଙ୍କ ମଧ୍ୟରୁ କାହାକୁ ଛାଡିବେ । ପ୍ରଥମ ପତ୍ନୀ ପାୟଲଙ୍କୁ ଛାଡିବେ ନା ଦ୍ୱିତୀୟ ପତ୍ନୀ କିର୍ତ୍ତୀକାଙ୍କୁ ଛାଡିବେ ।   ନା ଆଇନକୁ ସଂମ୍ପୂର୍ଣ୍ଣ ଅବମାନନା କରି ଉଭୟଙ୍କୁ ପାଖରେ ରଖିବେ ।