ଭୁବନେଶ୍ଵର: ୟୁଟ୍ୟୁବ୍ ଚ୍ୟାନେଲ୍ରେ ପ୍ରବଚନ ଦେଉଥିବା ଭଣ୍ଡ ପ୍ରବଚକ ଗିରଫ । ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍ ଘଟଣାରେ ଗିରଫ । ୨ ଶହ ଗ୍ରାମ୍ ସୁନା, ୧ ଲକ୍ଷ କ୍ୟାସ୍, ବାଇକ୍, ଲୁହା ରଡ୍ ଜବତ କରିଛି ପୋଲିସ । ଯୁବକ ଜଣକ କଟକର । ଏକ ‘ଚେଞ୍ଜ ୟୋର ଲାଇଫ’ ନାମରେ ୟୁଟ୍ୟୁବ୍ ଚ୍ୟାନେଲ ଖୋଲି ଦେଉଥିଲେ ପ୍ରବଚନ । ଅଭିଯୁକ୍ତ ଜଣଙ୍କ ହେଉଛି ମନୋଜ କୁମାର ସିଂ । ଦିନରେ ପ୍ରବଚନ ଦିଏ ଆଉ ରାତିରେ ଚୋରି କରେ । ତା ନାଁରେ ରାଜଧାନୀର ନୟାପଲ୍ଲୀ, ତମାଣ୍ଡୋ ଆଦି ଅଞ୍ଚଳରେ ୧୦ରୁ ଅଧିକ ମାମଲା ରହିଛି । ଭରତପୁର ଥାନା ଅଞ୍ଚଳରୁ ଗତ ୧୪ ଅଗଷ୍ଟରେ ୨୦୦ ଗ୍ରାମ ସୁନା ଲୁଟି ନେଇଥିଲା ଏହି ଅଭିଯୁକ୍ତ ।

ଚୋରି କରିବା ଅପରାଧ, କିପରି ରୋକା ଯାଇ ପାରିବ ସେନେଇ ୟୁଟ୍ୟୁବରେ ପ୍ରବଚନ ଦେଉଥିଲେ । କେବଳ ସେତିକି ନୁହେଁ ସମାଜରୁ କିଭଳି ଅପରାଧ ରୋକି ହେବ ଓ ଅପରାଧୀ କିଭଳି ଅପରାଧ ଛାଡି ପାରିବେ ସେନେଇ ଦେଉଥିଲା ପ୍ରବଚନ । ମାତ୍ର ନିଜେ ଚୋରି କରି ବନ୍ଧା ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।