ରାମ ମନ୍ଦିରରେ ଅଘଟଣ, ନମାଜ୍ ପଢୁଥିଲେ ବୃଦ୍ଧ, ମାଡ଼ି ବସିଲା ପୋଲିସ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରରେ ଜଣେ ବ୍ୟକ୍ତି ନମାଜ୍ ପଢ଼ି ଧରା ପଡ଼ିଛନ୍ତି । କିଛି ଲୋକ ତାଙ୍କୁ ଏପରି କରୁଥିବା ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ ସେମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ, ସେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କଲେ। ତୁରନ୍ତ ସୁରକ୍ଷା ବାହିନୀ ତାଙ୍କୁ ଅଟକ ରଖିଥିଲେ। ତେବେ ବ୍ୟକ୍ତି ଜଣକ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ରାମ ମନ୍ଦିର ଟ୍ରଷ୍ଟର ଦକ୍ଷିଣ ସୀମା କାନ୍ଥ ପାଖରେ ଜଣେ ଯୁବକ ନମାଜ ପଢୁଥିଲେ। କିଛି ଲୋକ ତାଙ୍କୁ ଦେଖିବା ପରେ ଅଟକେଇବାକୁ ଚେଷ୍ଟା କରିଥିଲେ । ଉତ୍ତେଜନା ପରେ ସୁରକ୍ଷା ବାହିନୀ ତାଙ୍କୁ ଅଟକ ରଖିଥିଲେ। ଗୁଇନ୍ଦା ସଂସ୍ଥା, ପୋଲିସ ଏବଂ ବରିଷ୍ଠ ଅଧିକାରୀମାନେ ଯୁବକ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛନ୍ତି। ଗିରଫ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେ ଶ୍ରୀନଗରର ସୋଫିଆ ନିବାସୀ ଅହମ୍ମଦ ଶେଖ ବୋଲି କୁହାଯାଉଛି ଏବଂ ତାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପୋଲିସ ତାଙ୍କୁ ଏବେ ବି ପଚରାଉଚରା କରୁଛି। ସହରରେ କାଶ୍ମୀରୀ ଶାଲ ବିକ୍ରି କରୁଥିବା ଲୋକଙ୍କୁ ମଧ୍ୟ ଅଟକ ରଖାଯାଇଛି ଏବଂ ପଚରାଉଚରା କରାଯାଉଛି।