ଅନଲାଇନ ଗେମ ଖେଳି ଯୁବକଙ୍କ ଆତ୍ମହତ୍ୟା

କେନ୍ଦ୍ରାପଡ଼ା(ଅଶ୍ୱିନୀ କୁମାର ସାହୁ)-ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମର ଜଣେ ୨୨ ବର୍ଷର ଯୁବକ ଅନଲାଇନ ଗେମ ଖେଳି ଟଙ୍କା ହରାଇଥିଲେ | ଏଥିରେ ସେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି | ମାନପୁର ଗ୍ରାମର ରାଜକିଶୋର ଦାସ ଆଳି ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ ତାଙ୍କ ପୁତୁରା ଆଶିଷ ଦାସ ଆଜି ସନ୍ଧ୍ୟାରେ ଘର ଭିତରୁ ପଟୁ କବାଟ ବନ୍ଦ କରିଥିବା ଦେଖିବାକୁ ପାଇଥିଲେ | ସେ ପଡୋଶୀଙ୍କ ସହାୟତାରେ କବାଟ ଭାଙ୍ଗି ଆଶିଷଙ୍କୁ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରି ଆଳି ମେଡିକାଲ ଆଣିଥିଲେ | ମେଡିକାଲରେ ଡାକ୍ତର ମାନେ ତାଙ୍କୁ ମୃତ ଘୋଷଣା କରିଥିଲେ | ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |