ଟ୍ୱିଟର ବ୍ୟବହାର ପାଇଁ ଦେବାକୁ ପଡିବ ଟଙ୍କା

ବ୍ୟୁରୋ : ବର୍ତ୍ତମାନ ଟ୍ୱିଟର ବ୍ୟବହାର କରିବାକୁ ହେଲେ ଦେବାକୁ ପଡିବ ଅର୍ଥ । ବିଶ୍ୱର ସବୁଠାରୁ ବଡ ସୋସିଆଲ ମିଡିଆ ଆପକୁ କରିପାରିବେନି ମାଗଣା ବ୍ୟବହାର । ଟ୍ୱିଟରକୁ କିଣିବା ଦିନରୁ ଏହାର ମାଲିକ ଏଲନ ମସ୍କ ବେଶ ଚର୍ଚ୍ଚାରେ । ପୁଣି ଏକ ଟ୍ୱିଟ ତାଙ୍କୁ ଆଲୋଚନା ମଧ୍ୟକୁ ଆଣିଛି । ଆଗାମୀ ଦିନରେ ସାଧାରଣ ୟୁଜର୍ସଙ୍କ ଛଡା ଅନ୍ୟ କେହି ମାଗଣା କରିପାରିବେ ନାହିଁ ବ୍ୟବହାର । ସରକାରୀ ଏବଂ ଘରୋଇ ସଂସ୍ଥାର ୟୁଜର୍ସଙ୍କ ପାଇଁ ଲାଗୁ ହେବ ଟଙ୍କା ।

ସୂଚନାଯୋଗ୍ୟ ଏଲନ ଟ୍ୱିଟର କିଣିବା ପରେ କମ୍ପାନୀରେ ବଡ ଧରଣର ପରିବର୍ତ୍ତନ କରିବା କଥା ଚର୍ଚ୍ଚା ହେଉଥିଲା । ୪୪ ବିଲିଅନ ଡଲାରରେ ସେ ଏକାକୁ କିଣିଥିଲେ । ଏହାପରେ ଏଲନ କହିଥିଲେ ସମସ୍ତିଙ୍କର ବାକ ସ୍ୱାଧିନତା ରହିଛି । ଏବଂ ଶୁଣିବାକୁ ମିଳୁଛି ସେ ସିଇଓ ଏବଂ ପଲିସି ମୁଖ୍ୟଙ୍କୁ ମଧ୍ୟ ବାହାର କରିବା ପାଇଁ ଯୋଜନା କରୁଛନ୍ତି ।