ନାମାଙ୍କନ ଭରିଲେ ଯୋଗୀ ଆଦିତ୍ୟନାଥ

ସମର୍ଥନ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ

ନୂଆଦିଲ୍ଲୀ: ୟୁପିରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ବିଜେପି ସ୍ଥିତି ବଞ୍ଚାଇବାକୁ ଜୋରସୋରରେ ଲାଗିପଡ଼ିଛି । ବିରୋଧୀ ବି ଯୋଗୀଙ୍କୁ ଗାଦିଚୁତ କରିବା ପାଇଁ ରଣନୀତି ଲଗାଇଛନ୍ତି । ଏହାରିମଧ୍ୟରେ ଗୋରଖପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ପାଇଁ ଆଜି ନାମାଙ୍କନ ଭରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ନାମାଙ୍କନ ପୂର୍ବରୁ ସେ ଯଜ୍ଞ କରି ଭଗବାନଙ୍କ ଆର୍ଶୀବାଦ ନେଇଥିଲେ । ତାଙ୍କୁ ସମର୍ଥନ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ ଯୋଗୀ ଆଦିତ୍ୟନାଥ ତାଙ୍କର ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ମଇଦାନକୁ ଓଲ୍ହାଇବେ । ଆଦିତ୍ୟନାଥ ଗୋରଖପୁରର ଲୋକସଭା ସାଂସଦ ଥିଲେ, ଯେଉଁଥିରେ ସେ ୫ଥର ଜିତିଥିଲେ।