ୟୁରୋପୀୟର ଜଙ୍ଗଲରେ ଖସିଲା ଉଲକାପିଣ୍ଡ

ୟୁରୋପୀୟ ଦେଶ ନରୱେରେ ଏକ ଚକିତ କରିଦେବା ଭଳି ଘଟଣା ଘଟିଛି । ଏହାର ଭିଡିଓ ଏବେ ଭାଇରାଲ ହେଉଛି । ଏଠାରେ ଆକାଶରେ ରାତିରେ ହଳଦିଆ ରଙ୍ଗର ଆଲୋକ ବାହାରିବା ଦେଖା ଦେଇଛି ।

(ଦିଲ୍ଲୀ) : ୟୁରୋପୀୟ ଦେଶ ନରୱେରେ ଏକ ଚକିତ କରିଦେବା ଭଳି ଘଟଣା ଘଟିଛି । ଏହାର ଭିଡିଓ ଏବେ ଭାଇରାଲ ହେଉଛି । ଏଠାରେ ଆକାଶରେ ରାତିରେ ହଳଦିଆ ରଙ୍ଗର ଆଲୋକ ବାହାରିବା ଦେଖା ଦେଇଛି । ଏହି ସମୟରେ ଏକ ଜୋରଦାର ଶବ୍ଦ ସହିତ ଏକ ଉଲକାପିଣ୍ଡ ନିକଟସ୍ଥ ଜଙ୍ଗଲରେ ଖସିପଡିଲା । ତେବେ ଉଲକାପିଣ୍ଡ ଖସିବା ଫଳରେ କେହି ଆହତ ହୋଇନାହାଁନ୍ତି କିମ୍ବା କୌଣସି କ୍ଷୟକ୍ଷତି ହୋଇନି ।

ଏବେ ନରୱେର ରାଜଧାନୀ ଓସ୍ଲୋରୁ ପ୍ରାୟ ୬୦ କିଲୋମିଟର ଦୂର ପଶ୍ଚିମରେ ଫିନମାର୍କା ଜଙ୍ଗଲରେ ଏକ ଟିମ୍ ଉଲକାପିଣ୍ଡର ସନ୍ଧାନ ଜାରି ରଖିଛି । କୁହାଯାଉଛି କି ଉଲକାପିଣ୍ଡ ଏଠାରେ ମାଡ ହୋଇଥିଲା ।

 

ପୃଥିବୀ ଆଡକୁ ଆସିବା ସମୟରେ ଏହାର ଗତି ପ୍ରାୟ ୧୬.୩ କିଲୋମିଟର ପ୍ରତି ସେକେଣ୍ଡ ଥିଲା ଏବଂ ଏହା ସ୍କୈଣ୍ଡିନୋଭିୟାର ଦକ୍ଷିଣ କ୍ଷେତ୍ରର ଭାଗରେ ନଜର ଆସିଥିଲା । ଏହି ଉଲକାପିଣ୍ଡର ଓଜନ ପ୍ରାୟ ୧୦ କିଲୋମିଟର ହେବା ଅନୁମାନ କରାଯାଉଛି । ଉଲକାପିଣ୍ଡ ମହାକାଶରୁ ପୃଥିବୀପୃଷ୍ଠକୁ ଆସିବା ସମୟରେ ବାୟୁମଣ୍ଡଳ ସହିତ ଘସି ହେବା ଯୋଗୁଁ ନିଆଁପିଣ୍ଡ ପାଲଟିଯାଏ । ତେବେ ଅଧିକାଂଶ ଉଲକା ଭୂପୃଷ୍ଠରେ ପଡିବା ପୂର୍ବରୁ ଜଳିଯାଏ କିନ୍ତୁ କିଛି ଉଲକା ପୃଥିବୀପୃଷ୍ଠରେ ମାଡ ହୋଇଥାଏ ।