ବେଙ୍ଗୁଲୁରୁ(ରିପୋର୍ଟର୍ସ ଟୁଡେ) : କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟୁଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତପା ଦେବେ । ମଧ୍ୟାନଭୋଜନ ପରେ ସେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତପା ପତ୍ର ଦେବେ ନେଇ ସୂଚନା ମିଳିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବରେ ଚଳିତ ପାଳିରେ ବି.ଏସ ୟେଦ୍ୟୁରପ୍ପାଙ୍କ କାର୍ୟ୍ୟକାଳକୁ ଆଜି ଦୁଇ ବର୍ଷ ପୂରଣ ହୋଇଛି। ସେ ରାଜ୍ୟର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଏହି ୭୮ ବର୍ଷୀୟ ଲିଙ୍ଗାୟତ ନେତାଙ୍କ ଉତ୍ତରାଧିକାରୀ ଭାବେ ୭/୮ ଜଣ ନେତାଙ୍କ ନାମକୁ ନେଇ ବିଜେପି ବିଚାରବିମର୍ଶ କରୁଥିବା ସୂଚନା ରହିଛି।
ଗତ କିଛି ମାସ ଧରି ବିଜେପି ନେତାଙ୍କ ବିରୋଧର ୟୁଦ୍ୟୁରପ୍ପା ସାମ୍ନା କରିଆସୁଛନ୍ତି । ବିଜେପି ବିଧାୟକ ମାନେ ଖୋଲା ଖୋଲି ଭାବେ ୟୁଦ୍ୟୁରପ୍ପାଙ୍କୁ ସମାଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀ ୟୁଦ୍ୟୁରପ୍ପା ସେମାନଙ୍କର ଫୋନ ଟ୍ୟାପିଂ କରିବା ନେଇି ଅଭିଯୋଗ ହୋଇ ଆସୁଛି ।