ଇତିହାସ ରଚିଲେ ଯଶସ୍ୱୀ ଜୟସ୍ୱାଲ

ମାତ୍ର ୧୩ ବଲ୍‌ରେ ଅର୍ଦ୍ଧ ଶତକ ହାସଲ କରିଛନ୍ତି। ୯୮ ରନ କରି ଅପରାଜିତ ଥିଲେ ଯଶସ୍ୱୀ । ୪୭ ବଲରୁ ୧୩ଟି ଚୌକା ଓ ୫ଟି ଛକ୍କା ମାରିଥିଲେ । ବିଗତ ୬ ମ୍ୟାଚ୍ରୁ ୫ ପରାଜୟ ବରଣ କରିଥିବା ସଂଜୁ ସାମସନଙ୍କ ଦଳ ଗୁରୁବାର ରାତିରେ ଏକତରଫା ଭାବେ କୋଲକାତା ନାଇଟ୍ ରାଇଡର୍ସକୁ ୯ ୱିକେଟ୍ରେ ପରାସ୍ତ କରିଛି।

ଯଶସ୍ବୀ ଜୟସ୍ବାଲଙ୍କ ଆଇପିଏଲ୍ କୀର୍ତ୍ତିମାନ (୧୩ ବଲ୍ରୁ ଅର୍ଦ୍ଧଶତକ) ସହିତ ରାଜସ୍ଥାନ ରୟାଲ୍ସ ପରାଜୟ ଧାରା ଭାଙ୍ଗିଛି। ଓଚଖରେ ରାଜସ୍ଥାନ ରୟାଲର୍ସର ରେକର୍ଡ ବିଜୟ। କୋଲକାତା ନାଇଟ୍‌ ରାଇଡର୍ସକୁ ୯ ଓ୍ଵିକେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲର୍ସ ।IPL ୫୬ତମ ଲିଗ୍‌ ମ୍ୟାଚରେ ରେକର୍ଡ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲର୍ସ । ଇତିହାସ ରଚିଛନ୍ତି ଯଶସ୍ୱୀ ଜୟଶ୍ୱାଲ । ସମସ୍ତଙ୍କ ରେକର୍ଡ ଭାଙ୍ଗି ନମ୍ବର ଓ୍ଵାନ୍‌ ହୋଇଛନ୍ତି । IPL ଇତିହାସରେ ଅର୍ଦ୍ଧଶତକ ହାସଲ କରିବାରେ ଗୌରବ ହାସଲ କରିଛନ୍ତି । ମାତ୍ର ୧୩ ବଲ୍‌ରେ ଅର୍ଦ୍ଧ ଶତକ ହାସଲ କରିଛନ୍ତି। ୯୮ ରନ କରି ଅପରାଜିତ ଥିଲେ ଯଶସ୍ୱୀ । ୪୭ ବଲରୁ ୧୩ଟି ଚୌକା ଓ ୫ଟି ଛକ୍କା ମାରିଥିଲେ । ବିଗତ ୬ ମ୍ୟାଚ୍ରୁ ୫ ପରାଜୟ ବରଣ କରିଥିବା ସଂଜୁ ସାମସନଙ୍କ ଦଳ ଗୁରୁବାର ରାତିରେ ଏକତରଫା ଭାବେ କୋଲକାତା ନାଇଟ୍ ରାଇଡର୍ସକୁ ୯ ୱିକେଟ୍ରେ ପରାସ୍ତ କରିଛି।

 


ୟୁଝବେନ୍ଦ୍ର ଚହଲଙ୍କ ୪ ୱିକେଟ୍ ଦଖଲ ଓ ଆଇପିଏଲ୍ କୀର୍ତ୍ତିମାନ (୧୮୭ ୱିକେଟ୍) କାରଣରୁ କୋଲକାତା ନାଇଟ୍ ରାଇଡର୍ସ ମାତ୍ର ୧୪୯ ରନ୍ କରିଥିଲା। କିନ୍ତୁ ପ୍ରଥମରୁ ଆକ୍ରମଣ କରିଥିବା ଜୟସ୍ବାଲ ୪୭ ବଲରୁ ୯୮ଞ୍ଚ ରନ୍ କରିବାରୁ ରାଜସ୍ଥାନ ୧୩.୧ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ସଂଜୁ ସାମସନ୍ (୨୯ ବଲରୁ ୪୮ଞ୍ଚ)ଙ୍କ ସହ ମିଶି ଜୟସ୍ବାଲ ଦ୍ବିତୀୟ ୱିକେଟ୍ ଲାଗି ୧୧.୩ ଓଭରରେ ୧୨୧ଞ୍ଚ ରନ୍ ଯୋଡ଼ି ଦଳର ନେଟ୍ ରନ୍ ରେଟ୍ (ଏନ୍ଆର୍ଆର୍) ରେ ମଧ୍ୟ ବୃଦ୍ଧି କରାଇଛନ୍ତି। ଏହି ବିଜୟ ସହିତ ରାଜସ୍ଥାନ ରୟାଲ୍ସ ମଧ୍ୟ ପଞ୍ଚମରୁ ତୃତୀୟ ସ୍ଥାନକୁ ଉଠିଛି। କୋଲକାତା ଦ୍ବାଦଶ ମ୍ୟାଚ୍ରୁ ସପ୍ତମ ପରାଜୟ ବରଣ କରିଥିବାରୁ ୧୦ ପଏଣ୍ଟରେ ସୀମିତ ରହି ଚାପରେ ପଡ଼ିଛ
ଭେଙ୍କଟେଶ ଆୟରଙ୍କ ଅର୍ଦ୍ଧଶତକୀୟ ପାଳି ସହଯୋଗରେ କୋଲକାତା ନାଇଟ୍ ରାଇଡର୍ସ ୧୪୯ ରନ୍ କରିଥିଲା। ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମୁକାବିଲାରେ ରାଜସ୍ଥାନ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା।