ବିଶ୍ୱବ୍ୟାପି ମାଇକ୍ରୋସଫ୍ଟ ବାଧାପ୍ରାପ୍ତ; ବିଭିନ୍ନ ଜରୁତୀ ସେବା ଠପ

0

ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ ସର୍ଭର ଠପ । ବିଶ୍ୱବ୍ୟାପି ମାଇକ୍ରୋସଫ୍ଟ ବାଧାପ୍ରାପ୍ତ । ବିଭିନ୍ନ ଜରୁତୀ ସେବା ଠପ ହୋଇ ଯାଇଛି ।ବିମାନ ସେବା ଟାରୁ ଆରମ୍ଭ କରି ସ୍ୱାସ୍ଥ , ବ୍ୟାଙ୍କିଂ , ଷ୍ଟକ ଏକ୍ସଚେଞ୍ଜ , ଟେଲିକମ ସେବା ସବୁ କିଛି ବାଧାପ୍ରାପ୍ତ ହୋଇଛି । ବିମାନ ଚଳାଚଳରେ ବଡ ଧରଣର ବ୍ୟାଘାତ ସୃଷ୍ଟି ହୋଇଛି । ଅନେକ ବିମାନ ଉଡାଣ ଭରିପାରୁନାହାଁନ୍ତି । ସ୍ପାଇସଜେଟ୍ ଓ ଇଣ୍ଡିଗୋ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
କୁହାଯାଉଛି କି ସାଇବର ସିକ୍ୟେରିଟି ପ୍ଲାଟଫର୍ମ କ୍ରାଉଡଷ୍ଟ୍ରାଇକରେ ସମସ୍ୟା ଯୋଗୁଁ ସେବା ପ୍ରଭାବିତ ହୋଇଛି । ଇଣ୍ଡିଗୋ ଏବଂ ସ୍ପାଇସଜେଟ୍ ଭଳି ଏୟାରଲାଇନ୍ସର କହିବାନୁସାରେ ସର୍ଭରରେ ସମସ୍ୟା ଯୋଗୁଁ ସେବା ବନ୍ଦ ହୋଇଯାଇଛି । ଏୟାରପୋର୍ଟରେ ଚେକ୍ ଇନ୍ ଏବଂ ଚେକ୍ ଆଉଟ୍ ସୁବିଧା ବନ୍ଦ ହୋଇଛି । ବୁକିଂ ସେବା ମଧ୍ୟ ପ୍ରଭାବିତ ହୋଇଛି । ଏହାର ସବୁଠାରୁ ଅଧିକ ପ୍ରଭାବ ଆମେରିକୀୟ ବିମାନ ସେବା ଉପରେ ପଡିଛି । ଆମେରିକାର ଅନେକ ଭାଗରେ ଜରୁରିକାଳୀନ ସେବା ୯୧୧ ମଧ୍ୟ ପ୍ରଭାବିତ ହୋଇଛି । ଏଥିଯୋଗୁଁ ନନ୍ ଏମରଜେନ୍ସି କଲ୍ ସେଣ୍ଟରର ସେବା ମଧ୍ୟ ପ୍ରଭାବିତ ହୋଇଛି । ଆମେରିକା ବ୍ୟତୀତ ଅଷ୍ଟ୍ରେଲିଆ ଏବଂ ଜର୍ମାନୀରେ ମଧ୍ୟ ବ୍ୟାଙ୍କିଂ, ଟେଲିକମ୍, ମିଡିଆ ଆଉଟଲେଟ୍ ଏବଂ ଏୟାରଲାଇନ୍ସର ସେବା ପ୍ରଭାବିତ ହୋଇଛି ।