ଖୁବଶୀଘ୍ର ଶୁଭିବ ଦୁନିଆର ସବୁଠୁ ବଡ଼ ଘଣ୍ଟିର ଶବ୍ଦ

ଖୁବଶୀଘ୍ର ଶୁଭିବ ଦୁନିଆର ସବୁଠୁ ବଡ଼ ଘଣ୍ଟିର ଶବ୍ଦ ।

(ରାଜସ୍ଥାନ) : ଖୁବଶୀଘ୍ର ଶୁଭିବ ଦୁନିଆର ସବୁଠୁ ବଡ଼ ଘଣ୍ଟିର ଶବ୍ଦ । ରାଜସ୍ଥାନର କୋଟାରେ ଥିବା ଚମ୍ବଲ ନଦୀ ପ୍ରଣ୍ଟରେ ଲାଗିବ ଦୁନିଆର ସବୁଠୁ ବଡ଼ ଘଣ୍ଟି। ବର୍ତ୍ତମାନ ଏହି ଘଣ୍ଟିର ନିର୍ମାଣ କାମ ଜୋରସୋରା ଚାଲିଛି। ନିର୍ମାଣ କାମ ଶେଷ ହେବା ପରେ ଏହି ଘଣ୍ଟି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ୩ ବର୍ଗରେ ସାମିଲ ହୋଇଯିବ।

ସୂଚନାନୁଯାୟୀ , ବିଶ୍ୱର ସବୁଠାରୁ ବଡ଼ ଘଣ୍ଟିର ଓଜନ ୮୨୦୦୦ କେଜି ରହିଛି। ଏହାକୁ ଥରେ ବଜାଇଲେ ଶବ୍ଦ ଦୀର୍ଘ ୮ କିମି ଦୂରତା ଯାଏ ଶୁଭିବ। ଇଞ୍ଜିନିୟର କହିଛନ୍ତି ଯେ ପ୍ରଥମେ ଘଣ୍ଟିର ଓଜନ ୫୭୦୦୦ ଥିଲା। କିନ୍ତୁ ଏଥିରେ ସେ ଯାଏ କୌଣସି ପ୍ରକାରର ଡିଜାଇନ କରାଯାଇ ନଥିଲା। ଡିଜାଇନ ପାଇଁ ବିଭିନ୍ନ ପ୍ରକାରର ଅଳଙ୍କାର ଘଣ୍ଟିରେ ଖଚିତ କରାଯାଉଛି। ତେଣୁ ଏହାର ଓଜନ ୮୨୦୦୦ରେ ପହଞ୍ଚିଛନ୍ତି।