ପ୍ରତିବର୍ଷ ଡିସେମ୍ବର 1 ତାରିଖରେ HIV/AIDS ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଭାଇରସ ସହିତ ବଞ୍ଚୁଥିବା ଲୋକଙ୍କୁ ସମର୍ଥନ କରିବା ପାଇଁ ବିଶ୍ୱ ଏଡସ୍ ଦିବସ ପାଳନ କରାଯାଏ। ଏହି ଦିନ ଏହି ରୋଗରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ମନେ ପକାଇବାର ସୁଯୋଗ ମଧ୍ୟ ଦିଏ। ବିଶ୍ୱ ଏଡସ୍ ଦିବସ ପ୍ରଥମ ଥର ପାଇଁ ୧୯୮୮ ମସିହାରେ ପାଳନ କରାଯାଇଥିଲା, ଯାହା ଏହାକୁ ପ୍ରଥମ ଥର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ କରିଥିଲା। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ଜାତିସଂଘ ଦ୍ୱାରା HIV/AIDS ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିଷ୍ଠିତ ହୋଇଥିଲା। UNAIDS ଏହାର ସୃଷ୍ଟି ହେବା ଦିନଠାରୁ 2004 ପର୍ଯ୍ୟନ୍ତ ବିଶ୍ୱ AIDS ଦିବସ ପାଇଁ ପ୍ରଚାରରେ ନେତୃତ୍ୱ ନେଇଥିଲା। ସେହି ବର୍ଷଠାରୁ, ବିଶ୍ୱ AIDS ଅଭିଯାନର ବିଶ୍ୱ ପରିଚାଳନା କମିଟି ନାଗରିକ ସମାଜ, ସଂଗଠନ ଏବଂ AIDS ପ୍ରତିକ୍ରିୟାରେ ସାମିଲ ସରକାରୀ ସଂସ୍ଥାମାନଙ୍କ ସହିତ ପରାମର୍ଶ କରି ବିଶ୍ୱ AIDS ଦିବସ ପାଇଁ ଏକ ବିଷୟବସ୍ତୁ ଚୟନ କରିବା ଆରମ୍ଭ କରିଥିଲା।

ଏହି ରୋଗ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେବାରେ ଅଗ୍ରଗତି ହେବା ସତ୍ତ୍ୱେ, ସାମାଜିକ କଳଙ୍କ ଏବଂ ନିଷେଧ ଏବେ ବି ରହିଛି। ତେଣୁ, ଏହି ଦିନଟି HIV ସଂକ୍ରମଣ, ନିବାରଣ, ଚିକିତ୍ସା ଏବଂ ସଂକ୍ରମିତ ଲୋକଙ୍କ ପ୍ରତି କଳଙ୍କ ଏବଂ ଭେଦଭାବ ବିରୁଦ୍ଧରେ ସଚେତନତା ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ୨୦୨୨ ରିପୋର୍ଟ ଅନୁସାରେ ଆମ ରାଜ୍ୟରେ ଏବେ ୨୪ ହଜାରରୁ ଅଧିକ ଦିବସ୍ କେସ ଆକ୍ଟିଭ ରହିଛି । ସଂକ୍ରମିତଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏଡସକୁ ସମୂଳେ ନାଶ କରିବା ପାଇଁ ରାଜ୍ୟ ସରକାର ୨୦୩୦ ସୁଧା ୮୦ ପ୍ରତିଶତ ସଂକ୍ରମଣ କମେଇବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ୨୦୨୫ ସୁଦ୍ଧା ମାଆଠୁ ସଂକ୍ରମଣ ଯେମିତି ପିଲାକୁ ନ ବ୍ୟାପେ ସେନେଇ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଗଞ୍ଜାମ ଜିଲ୍ଲାର ସ୍ଥିତିକୁ ନେଇ ଅନେକ ସମୟରେ ଚିନ୍ତା ପ୍ରକଟ କରଯାଇଥାଏ । ବର୍ତ୍ତମାନ ଜିଲ୍ଲାରେ ମୋଟ ୧୯ହଜାର ୪୦ଟି ଏଚଆଇଭି ପଜିଟିଭ ରହିଛି । ସେଥି ମଧ୍ୟରୁ ପୁରୁଷ ୧୦ହଜାର ୯୮୮ଜଣ ଏଚଆଇଭି ପଜିଟିଭ ରହିଥିବା ବେଳେ ୫ହଜାର ୮୧୯ଜଣ ମହିଳା, ୯୯୨ଜଣ ଶିଶୁ ଓ ୧୬୪ଜଣ କିନ୍ନର ରହିଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାରେ ଟେଷ୍ଟିଂ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇଥିବା ବେଳେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଯାହା ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟା ପାଇଁ ଆଶ୍ବସ୍ତ ଆଣିଛି । ୨୦୨୦ ମସିହାରୁ୨୦୨୫ ଅକ୍ଟୋବର ସୁଦ୍ଧା ଗଞ୍ଜାମରେ ୧୦ଲକ୍ଷ ୭ହଜାର ୭୯୫ଙ୍କର କାଉନସେଲିଂ କରାଯାଇଛି । ସେଥିମଧ୍ୟରୁ ୧୦ଲକ୍ଷ ୫ହଜାର ୯୨୧ ଜଣଙ୍କର ଏଚଆଇଭି ପରୀକ୍ଷା କରାଯାଇଛି । ସେଥିରୁ ୨ହଜାର ୮୫୭ ଜଣଙ୍କ ରକ୍ତ ନମୁନା ପରୀକ୍ଷାରେ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛି । ସେହିପର ୨୦୨୫ ନଭେମ୍ବର ସୁଦ୍ଧା ପୁରୀ ଜିଲ୍ଲାରେ ପଞ୍ଜିକୃତ ଦିବସ୍ ରୋଗୀ ସଂଖ୍ୟା ୧୦୫୩ ରହିଛି । ମୋଟ ସଂକ୍ରମିତଙ୍କ ମଧ୍ୟରେ ୨୪ ଜଣ କିନ୍ନର ଥିବାବେଳେ ୨୮ ଶିଶୁ ରହିଛନ୍ତି । ଅନ୍ୟ ଜିଲ୍ଲାରୁ ୪୯ ଓ ଅନ୍ୟ ରାଜ୍ୟ ରୁ ୨୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ପୁରୀରେ ।

ତେବେ ୧୦୫୩ ପଞ୍ଜିକୃତ ରୋଗୀଙ୍କ ମଧ୍ୟରେ ୬୮୯ ପୁରୁଷ ଓ ୩୧୨ ମହିଳା ଅଛନ୍ତି । ଭାରତରେ ପ୍ରଥମ ଥର ପାଇଁ ୧୯୮୬ ମସିହାରେ ଦିବସ୍ ସଂକ୍ରମିତ ଚିହ୍ନଟ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଲାଟେଷ୍ଟ ରିପୋର୍ଟ ଅନୁସାରେ ୨୦୨୪ ସୁଦ୍ଧା ସାରା ବିଶ୍ୱରେ ୪୦.୮ ମିଲିୟନ ଏଡସ ସଂକ୍ରମିତ ଅଛନ୍ତି । ୨୦୨୪ ଗୋଟିଏ ବର୍ଷରେ କେବଳ ସାରା ବିଶ୍ୱରେ ୧.୩ ମିଲିୟନ ଲୋକ HIV AID ସଂକ୍ରମିତ ହୋଇଛନ୍ତି । ଆଉ ଚିନ୍ତାଜନକ କଥା ହେଲା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୦୨୪ରେ କେବଳ ୬୩ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି ।