ଭୁବନେଶ୍ଵର: ଆସନ୍ତା ୧୭ରେ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ବଣ୍ଟାଯିବ ୫୦ ହଜାର ଅନ୍ତ୍ୟୋଦୟ ଘର । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ମୋଦିଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ଦିଆଯିବ । ତେବେ ପୂର୍ବରୁ ୧ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଯୋଜନାରେ ସାମିଲ୍ କରାଯାଇଛି । ନଭେମ୍ବରରେ ଦିଆଯିବ ପିଏମ୍ ଆବାସର କାର୍ଯ୍ୟାଦେଶ । ନୂଆ ପିଏମ୍ ଆବାସ ସର୍ଭେରେ ଆବେଦନ କରିଥିଲେ ୩୫ ଲକ୍ଷ ହିତାଧିକାରୀ । ନଭେମ୍ବର ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ, କାର୍ଯ୍ୟାଦେଶ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ ।
ସୂଚନା ଅନୁସାରେ, ଏହି ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ଶୌଚାଳୟ ଅଞ୍ଚଳକୁ ବାଦ୍ ଦେଇ ୨୫ ବର୍ଗ ମିଟର ପରିଧିରେ ପକ୍କାଘର ନିର୍ମାଣ ପାଇଁ ୧.୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସରକାର ଯୋଗାଇ ଦିଅନ୍ତି। ତେବେ,ଏ ପର୍ଯ୍ୟନ୍ତ ଏହି ଯୋଜନାରେ ଏକ ଲକ୍ଷରୁ ଅଧିକ ହିତାଧିକାରୀ ସାମିଲ୍ ହୋଇଛନ୍ତି । ଏହି ଯୋଜନାରେ ହଜାର ହଜାର ପରିବାରଙ୍କ ଜୀବନରେ ଉନ୍ନତି ଆଣିବ ବୋଲି ଆଶା କରିଛନ୍ତି ରାଜ୍ୟ ସରକାର ।