ଲଣ୍ଡନ: ଆଇସିସି ଆସନ୍ତା ୨୦୨୬ ମହିଳା ଟି-୨୦ ବିଶ୍ୱକପ୍ର ସମ୍ପୂର୍ଣ୍ଣ ଖେଳସୂଚୀ ଘୋଷଣା କରିଛି। ଏହି ପ୍ରତିଷ୍ଠିତ ପ୍ରତିଯୋଗିତା ଜୁନ ୧୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ଇଂଲଣ୍ଡରେ ଆୟୋଜିତ ହେବ। ମୋଟ ୩୩ଟି ମ୍ୟାଚ୍ ୭ଟି ପ୍ରସିଦ୍ଧ ଷ୍ଟାଡିୟମ୍ରେ ଖେଳାଯିବ।ଏଥର ନେଦରଲ୍ୟାଣ୍ଡ ପ୍ରଥମଥର ପାଇଁ ବିଶ୍ୱକପ୍ ଖେଳିବାର ସୁଯୋଗ ପାଇଛି।
ଗ୍ରୁପ୍ ବିଭାଜନ
ଗ୍ରୁପ୍ ‘ଏ’ରେ ଅଛନ୍ତି: ଅଷ୍ଟ୍ରେଲିଆ, ଭାରତ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ବାଂଲାଦେଶ, ନେଦରଲ୍ୟାଣ୍ଡ ।
ଗ୍ରୁପ୍ ‘ବି’ରେ ଅଛନ୍ତି: ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍, ନିଉଜଲ୍ୟାଣ୍ଡ, ଶ୍ରୀଲଙ୍କା, ସ୍କଟଲ୍ୟାଣ୍ଡ ।
ମ୍ୟାଚ୍ ଭେନ୍ୟୁ
ମ୍ୟାଚ୍ଗୁଡିକ ନିମ୍ନଲିଖିତ ଷ୍ଟାଡିୟମ୍ରେ ଆୟୋଜିତ ହେବ —
- Edgbaston Cricket Ground,
- Lord’s Cricket Ground,
- The Oval,
- Old Trafford Cricket Ground,
- Headingley Cricket Ground,
- The Rose Bowl
- County Ground Bristol।
ମୁଖ୍ୟ ମ୍ୟାଚ୍
- ଉଦଘାଟନୀ ମ୍ୟାଚ୍: ଜୁନ ୧୨ — ଇଂଲଣ୍ଡ ବନାମ ଶ୍ରୀଲଙ୍କା
- ଭାରତ vs ପାକିସ୍ତାନ: ଜୁନ ୧୪ — ଭାରତ ବନାମ ପାକିସ୍ତାନ
- ଫାଇନାଲ୍: ଜୁଲାଇ ୫ — ଲର୍ଡସ୍ରେ
ଏହି ବିଶ୍ୱକପ୍ରେ ବିଶ୍ୱର ସର୍ବଶ୍ରେଷ୍ଠ ମହିଳା କ୍ରିକେଟ୍ ଦଳମାନେ ଟ୍ରଫି ଜିତିବା ପାଇଁ ମୁକାବିଲା କରିବେ। କ୍ରିକେଟ୍ ଫ୍ୟାନ୍ସମାନଙ୍କ ପାଇଁ ଏହା ଏକ ବଡ଼ ଉତ୍ସବ ହେବ।