ସ୍ୱାମୀ ପ୍ରେମ ଲାଗିଲା ପିତା ଦେଢଶୁର ସାଙ୍ଗେ ଛୁ ମାରିଲା ଭାଇ ବୋହୁ

ଅନୁଗୁଳ: ପାରିବାରିକ ସମ୍ପର୍କରେ ଲାଗିଲା କଳଙ୍କ । ସମ୍ପର୍କର ସବୁ ସୀମା ଡେଇଁଗଲେ ଦେଡଶୁର- ଭାଇବୋହୁ । ଜନ୍ମକଲା ୨ ଝିଅଙ୍କୁ ଛାଡି ଫେରାର ହୋଇଗଲେ ଉଭୟ । ଶାସ୍ତ୍ର ଅନୁଯାୟୀ ଦେଢଶୁରକୁ ଛୁଇଁବା ମନା । କୁହାଯାଏ ଭାଇ ବୋହୁ ଦେଢଶୁରକୁ ଛୁଇଁଲେ ଘୋର ପାପ ଲାଗେ । କିନ୍ତୁ ଏଠି ଘଟଣା ପୂରାପୂରି ଓଲଟା । ଏଠି ସିନ୍ଦୁରକୁ ଭୁଲି ଦେଡଶୁରଙ୍କ ସହ ଫେରାର ହୋଇଗଲା ସ୍ତ୍ରୀ । ନା ତାକୁ ଅଛି ସମାଜର ଟାହି ଟାପରାର ଡର ନା ଅଛି ସମ୍ପର୍କର ମର୍ଯ୍ୟାଦା । ଦେଢଶୁର ସହ ଯିବା ସମୟରେ ସ୍ୱାମୀ ପ୍ରେମ ଲାଗିଲା ପିତା । ସାନ ଝିଅକୁ ଧରି ଫେରାର ହେଲେ ମହିଳା । ଏଭଳି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅର୍ନ୍ତଗତ ଖମଣା ଗାଁରେ । ଗାଁର ଗୌତମ ନାୟକଙ୍କ ସ୍ତ୍ରୀ ଲିପି ନାୟକ ତାଙ୍କ ଦେଢଶୁର ଲକ୍ଷ୍ମୀକାନ୍ତ ନାୟକଙ୍କ ପ୍ରେମରେ ପଡିଲେ । ଲୁଚାଛପା ଚାଲିଲା ଭାଇବୋହୁ ଦେଢଶୁର ଚୋରା ପୀରତି । ପ୍ରେମ ଏତେ ବଢିଗଲା କି ଦୁହେଁ ମନସ୍ଥ କରି ବସିଲେ ବାହା ହୋଇଯିବେ । ଆଉ ସେହି ପ୍ରେମ ଆଗରେ ବଳି ପଡିଗଲା ୩ ଝିଅ ଓ ସ୍ୱାମୀଙ୍କ ଭଲ ପାଇବା । କିନ୍ତୁ ଚୋରାପିରତୀ ବେଶି ଦିନ ଲୁଚି ରହିପାରିଲା ନାହିଁ ଆଉ କଥା ଦାଣ୍ଡରେ ପଡି ହାଟରେ ଗଡିଲା । ଲକ୍ଷ୍ମୀକାନ୍ତଙ୍କ ସ୍ତ୍ରୀ ଏହି ଘଟଣା ଜାଣିବା ପରେ ଲିପିଙ୍କୁ ମାରିଥିଲେ ମାଡ଼ । ଆଉ ତାଗିଦ୍ କରିଥିଲେ ମୋ ସ୍ୱାମୀ ପାଖ ମାଡ଼ିବୁ ନାହିଁ । କଥା ଯାଇ ପହଞ୍ଚିଥିଲା ଥାନାରେ, ଥାନା ବାବୁ କରିଥିଲେ ଲିପି ଓ ଲକ୍ଷ୍ମୀକାନ୍ତଙ୍କୁ ବୁଝାସୁଝା କରିଥିଲୋ କିନ୍ତୁ କେହି କାହା କଥା ଶୁଣି ନଥିଲେ । ଆଉ ଶେଷରେ ଦେଢଶୁର ଲକ୍ଷ୍ମୀକାନ୍ତଙ୍କ ପ୍ରେମରେ ପାଗଳ ହୋଇ ଫେରାର ହୋଇଯାଇଥିଲେ ଲିପି ନାୟକ ।