ଭୂସ୍ଖଳନ ନେଇଗଲା ଜୀବନ : ମା’ଝିଅ ମୃତ

ଉତ୍ତରାଖଣ୍ଡର ତେହରି ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସୁଛି । ଏଥିଯୋଗୁଁ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି । ତେବେ ଭୂସ୍ଖଳନ ଯୋଗୁଁ ଟୋଲି ଗାଁରେ ମା’ଝିଅ ପ୍ରାଣ ହରାଇଛନ୍ତି । ଧ୍ୱଂସାବଶେଷ ତଳୁ ଉଦ୍ଧାରକାରୀ ଦଳ ସରିତା ଦେବୀ ଓ ତାଙ୍କ ୧୫ ବର୍ଷର ଝିଅ ଅଙ୍କିତାଙ୍କ ମୃତଦେହକୁ ବାହାର କରିଛନ୍ତି ।

ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସୂଚନା ଅନୁସାରେ ସରିତା ଦେବୀଙ୍କ ଘରର ପଛ ଭାଗକୁ ଲାଗିଥିବା ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଫଳରେ ଧ୍ୱଂସାବଶେଷ ତଳେ ସରିତା ଦେବୀ ଓ ତାଙ୍କ ଝିଅ ଚାପି ହୋଇଯାଇଥିଲେ। ଆଉ ସେଥିରେ ତାଙ୍କର ପ୍ରାଣ ଚାଲିଯାଇଥିଲା ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧମା ବର୍ଷା ଓ ଭୂସ୍ଖଳନ ଯୋଗୁ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି। ଏଥିସହ ସେ ସବୁ ଅଧିକାରୀଙ୍କୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।