ନିଜ ଶାଢୀରେ ଜୀବନ ହାରିଲେ ମହିଳା…

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା ସନ୍ଦେହ। ବ୍ରହ୍ମଗିରି ମଢପଦା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଘରେ ବିବାହିତ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖି ଗାଁ ଲୋକେ ବ୍ରହ୍ମଗିରି ଥାନାକୁ ଖବର ଦେଇଥିଲେ। ପୁଲିସ ମଢପଦା ଗାଁରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ଛାନବିନ ଆରମ୍ଭ କରିଛି। ତେବେ ପାରିବାରିକ କଳହକୁ କେନ୍ଦ୍ରକରି ରଞ୍ଜନ ମୁଦୁଲିଙ୍କ ପତ୍ନୀ ହେମଲତା ମୁଦୁଲି ଘର ଭିତରେ ନିଜ ଶାଢ଼ୀରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ସେ ଆତ୍ମହତ୍ୟା କରିଛି କି ହତ୍ୟା କରାଯାଇଛି ତାହାର ତଦନ୍ତ ଚାଲିଥିବା ବେଳେ ପୁଲିସ ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତଦେହକୁ ଜବତ କରିବା ସହ ପୁରୀ ସଦର ହସପିଟାଲକୁ ଶବବ୍ଯବଚ୍ଛେଦ ପାଇଁ ପଠାଇଛି ପୁଲିସ।