ଭୁବନେଶ୍ଵର: ଆସନ୍ତକାଲି ଅର୍ଥାତ ଜାନୁଆରୀ ୩ତାରିଖ ଦିନ ପୌଷ ପୂର୍ଣ୍ଣମୀରେ ଦେଖାଯିବ ସୁପରମୁନ୍ । ପୂର୍ଣ୍ଣମୀ ସମୟରେ ଚନ୍ଦ୍ର ପ୍ରାୟ ୩ଲକ୍ଷ ୬୨ହଜାର କିମି ନିକଟରେ ରହିବ ଓ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୧୪ପ୍ରତିଶତ ବଡ ସହ ୩୦ପ୍ରତିଶତ ଉଜ୍ୱଳ ଦେଖାଯିବ । ୨୦୨୬ ମସିହାରେ ଦ୍ୱିତୀୟ ସୁପରମୁନ୍ ନଭେମ୍ବର ୨୪ ଓ ଶେଷ ସୁପରମୁନ୍ ଡିସେମ୍ବର ୨୩ରେ ଦେଖାଯିବ । ଚଳିତ ବର୍ଷ ତିନି ଥର ସୁପରମୁନ୍ ଦେଖିବାକୁ ମିଳିବ ।

ସେହିଭଳି ୨୦୨୬ ମସିହାରେ ପୃଥିବୀଠାରୁ ଦୂରରେ ଥିବାବେଳେ ୩ଟି ପୂର୍ଣ୍ଣମୀ ପଡୁଥିବାରୁ ମେ ୧ ଓ ମେ ୩୧ ଏବଂ ଜୁନ୍ ୨୯ ତାରିଖରେ ମାଇକ୍ରୋମୁନ୍ ବା ଛୋଟ ମୁନ୍ ଦେଖାଯିବ । ଏଗୁଡିକ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ । ଆକାଶ ମେଘ ତଥା କୁହୁଡି ମୁକ୍ତ ରହିଲେ କାଲି ସୁପରମୁନକୁ ସୂର୍ଯ୍ୟାସ୍ତ ପରଠାରୁ ସାରା ରାତି ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିହେବ । ସୁପରମୁନ ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡେ ନାହିଁ । ସୁପରମୁନ୍ ଶଦ୍ଦ ଟି ପ୍ରଥମେ ଆମେିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ମସିହାରେ ପ୍ରଚଳନ କରିଥିଲେ । ଧୀରେ ଧୀରେ ସୁପରମୁନ୍ ଶଦ୍ଦ ଟି ଖୁବ ଲୋକପ୍ରିୟ ହୋଇ ଏବେ ବହୁଳ ଭାବରେ ବ୍ୟବହାର ହେଉଛି ।