ତାଲିବାନ ସରକାରକୁ ମାନ୍ୟତା ଦେବକି ଭାରତ ?
ଆଫଗାନିସ୍ଥାନରେ ଶାରିୟା ଆଇନ ଅନୁଯାୟୀ ଶାସନ ଓ ଏହା ସହିତ ଦେଶରେ ନାଗରିକ ମାନଙ୍କର ମୌଳିକ ଅଧିକାରକୁ ମୌଲବୀ ମାନେ ନିର୍ଣ୍ଣୟ କରିବେ
ନୂଆଦିଲ୍ଲୀ : ୨୦ ବର୍ଷ ପରେ ତାଲିବାନ ନିଜର ଶାସନକୁ ଫେରିଛି । ମଧ୍ୟ ଏସିଆ, ଓ ଦକ୍ଷିଣ ଏସିଆର ଦେଶ ମାନେ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି । ତାଲିବାନକୁ ମାନ୍ୟତା ଦେବା ଓ ନଦେବାର ମତାମତ ଭିନ୍ନ ଭିନ୍ନ ରହିଛି । ସାମରିକ ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ତାଲିବାନର ଆଜି ଓ କାଲିର ଇତିହାସ ହେଉଛି ଗଣତନ୍ତ୍ର ବିରୋଧୀ ।
ଆଫଗାନିସ୍ଥାନରେ ଶାରିୟା ଆଇନ ଅନୁଯାୟୀ ଶାସନ ଓ ଏହା ସହିତ ଦେଶରେ ନାଗରିକ ମାନଙ୍କର ମୌଳିକ ଅଧିକାରକୁ ମୌଲବୀ ମାନେ ନିର୍ଣ୍ଣୟ କରିବେ ତେବେ ଦେଶର ମାନ୍ୟତା ପାଇଁ ଭାରତ ଏ ବିଷୟରେ କୌଣସି ତତ୍ପରତା ଦେଖାଇବା ଉଚିତ୍ ନୁହେଁ ।
ଆମେରିକା ରେ ନାଟୋ ସେନା ବାହୀନି ଅଚାନକ ଆଫଗାନିସ୍ଥାନରୁ ପ୍ରତ୍ୟାବର୍ତ୍ତନ ପରେ ସେଠାରେ ଆରମ୍ଭ ହୋଇଯାଇଥିବା ଅରାଜକତା ପରେ ଦେଶ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ମଧ୍ୟ ବଦଳି ଯାଇଛି ।
ଭାରତର ପୂର୍ବ ଉପରାଷ୍ଟ୍ରିୟ ସଲାହାକାର ଅରବିନ୍ଦ ଗୁପ୍ତାଙ୍କ ଅନୁସାରେ ଭାରତରୁ ତାଲିବାନ କିଛି ହାସଲ ହେବ ନାହିଁ । ତାଲିବାନ ନିଜର ବ୍ୟବହାରକୁ ବଦଳାଇପାରିବ ନାହିଁ ନିଜର ଋଡିବାଦୀ, ଓ ଜିହାଦ ଭଳି ବିଚାର ଧାରାର ପରିଣାମ ସାରା ବିଶ୍ୱ ଦେଖିସାରିଛି ।
କଥା ଓ କାମରେ ଫରକ
ସତ୍ତା ହାସଲ କରିବା ପାଇଁ ବିଭିନ୍ନ ଉଦାରବାଦୀ ନୀତି ଘୋଷଣା କରିବାରେ ଲାଗିଛି କିନ୍ତୁ ବାସ୍ତବତା କୁ ଦେଖିଲେ ତାହା ଭିନ୍ନ । ଆଫଗାନ ମାନଙ୍କୁ କାବୁଲ ଏୟାରପୋର୍ଟ କୁ ନଛାଡିବା ସହିତ ଆଫଗାନିସ୍ତାନରେ ଗର୍ବନର ସଲିମା ମଜାରିଙ୍କୁ ଗିରଫ କରିବା ସହିତ ପୂର୍ବ ସରକାରଙ୍କ କର୍ମଚାରୀ ଓ ନେତାମାନଙ୍କୁ ଖୋଜି ଗରଫ ଓ ହତ୍ୟା କରିବା ଆଦି କାର୍ଯ୍ୟରେ ଲିପ୍ତ ରହିଛନ୍ତି । ସାମ୍ବାଦିକଙ୍କୁ ସୁରକ୍ଷା କଥା କହିଆସୁଥିବା ତାଲିବାନ ଗତ କିଛି ଦିନ ପୂର୍ବରୁ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା କରିଛନ୍ତି ତେଣୁ ଏହି ସବୁ ଘଟଣାକ୍ରମକୁ ଦେଖିଲେ ତାଲିବାନ ଉପରେ ଭରଷା କରିବା ଏକ ମୁର୍ଖାମୀ ଅଟେ ।
ତାଲିବାନ ସରକାରକୁ ନିଜର ନିୟନ୍ତ୍ରଣକୁ ନେବା ପରେ ଅନ୍ୟ ଦେଶ ଉପରେ ଆକ୍ରମଣ ପାଇଁ ଆଫଗାନିସ୍ଥାନର ବ୍ୟବହାର ହୋଇପାରିବ ନାହିଁ ବୋଲି ରୋକ ଠୋକ ମନାକରିଦେଇଛନ୍ତି । କିନ୍ତୁ ବାସ୍ତବତା ପାକାସ୍ଥାନ ଓ ଚୀନ ଭାରତକୁ ଆକ୍ରମଣ ପାଇଁ ଆଫଗାନିସ୍ଥାନର ସାହାଯ୍ୟ ପାଇଁ ପ୍ରୟାସ ଜାରି ରଖିବ ।