ନ୍ୟୁଜିଲାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ; ହଷ୍ଟେଲର ୧୦ ଅନ୍ତେବାସୀ ଜଳିଗଲେ

ନ୍ୟୁଜିଲାଣ୍ଡର ରାଜଧାନୀ ୱେଲିଂଟନରେ ଏକ ଚାରି ମହଲା ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ନିଖୋଜ ଥିବା ଜଣାପଡ଼ିଛି । ୱେଲିଂଟନସ୍ଥିତ ଏହି ହଷ୍ଟେଲରେ ପ୍ରାୟ ୯୦ରୁ ଉଦ୍ଧ୍ୱର୍ ଅନ୍ତେବାସୀ ରହୁଥିବା ବେଳେ ଗତ ରାତିରେ ହଷ୍ଟେଲର ତୃତୀୟ ମହଲାରେ ହଠାତ୍ ନିଆଁ ଲାଗିଯାଇଥିଲା । ହଷ୍ଟେଲରୁ ନିଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ୧୦ ଜଣଙ୍କ ମୃତଦେହକୁ ଉଦ୍ଧାର କରିସାରିଥିବା ବେଳେ ଅନ୍ୟ ୫୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଯାବତ ୨୦ରୁ ଉଦ୍ଧ୍ୱର୍ ଅନ୍ତେବାସୀଙ୍କ ପତ୍ତା ମିଳୁ ନଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଥିବା ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।