ନବରଙ୍ଗପୁର / ଟୁକୁନା ଖୁରା : ନିଶାସକ୍ତ ସ୍ୱାମୀର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ। ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ନିଶାସକ୍ତ ସ୍ୱାମୀ । ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ ଡାଇଭଟ୍ଟା ଗାଁରେ ଘଟିଛି ଏପରି ଘଟଣା । ଗ୍ରାମର ରବି ଖିଲ ନିଜ ସ୍ତ୍ରୀ ସସ୍ମିତା ଖିଲଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଗତକାଲି ରାତିରେ ନିଶାସକ୍ତ ହୋଇ ରବି ଖିଲ ନିଜ ସ୍ତ୍ରୀ ଙ୍କୁ ହତ୍ୟା କରିଥଲେ । ସକାଳେ ଦୀର୍ଘ ସମୟ ଧରି ସସ୍ମିତା ଘରୁ ବାହାରକୁ ନ ବାହାରିବାରୁ ସାହି ପଡିଶା ତାଙ୍କ ଘରକୁ ଯାଇଥିଲେ । ସେଠାରେ ସେମାନେ ସସ୍ମିତା ଖିଲଙ୍କୁ ଦେହ ସାରା କ୍ଷତ ବିକ୍ଷତ ଚିହ୍ନ ଥିବା ସହିତ ପେଟ ରେ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ଭୂଷା ଯାଇଥିବା ଦେଖିଥଲେ ।ରବି ଖିଲ ତା ସ୍ତ୍ରୀର ଶବ ନିକଟ ରେ ରହିଥିବା ଦେଖିଥିଲେ । ଏନେଇ ମୃତ ସସ୍ମିତାଙ୍କ ପରିବାର ଲୋକେ ନବରଙ୍ଗପୁର ଥାନାକୁ ଜଣାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି।