କିଏ ଯିବ ରାଜ୍ୟସଭା? ପାଣ୍ଡିଆନ ସମର୍ଥକ ଓ ବରିଷ୍ଠଙ୍କ ମଧ୍ୟରେ ହୋଇପାରେ କନ୍ଦଳ…

ନୂଆପଡା ଉପବ ନିର୍ବାଚନ ସରିଲା । ଏବେ ଫୋକସରେ ରହିଛି ରାଜ୍ୟସଭା । ଆଗାମୀ ଅପ୍ରିଲ ମାସରେ ଚାରି ରାଜ୍ୟସଭା ସାଂସଦଙ୍କ କାର୍ୟ୍ୟକାଳ ସରିବ । ଖାଲି ହେବାକୁ ଥିବା ଥିବା ଆସନରୁ କିଏ ରାଜ୍ୟସଭା ଯିବେ ଏନେଇ ଏବେଠୁ ଆରମ୍ଭହେଲାଣି ଗଣନା। ସଂଖ୍ୟା ଗରିଷ୍ଠତାକୁ ଦେଖିଲେ ବିଜେପି ଭାଗରେ ଦୁଇଟି ଓ ବିଜେଡି ଭାଗରେରେ ଗୋଟିଏ ପଡ଼ିବ । ଅନ୍ୟ ଗୋଟିଏ ଆସନ ପାଇଁ ଛକାପଂଝା ର ରାଜନୀତି ଚାଲିବ । ବିଜେଡିର ଗୋଟିଏ ଆସନରୁ କିଏ ଯିବ ରାଜ୍ୟସଭା? ତାକୁ ନେଇ ଶଙ୍କ ଭବନରେ ଚାଲିଲାଣି ମାନଓ ମନ୍ଥନ ଚାଲିଛି ।

କଥା ଉଠିଛି କୁଆଡେ ପାଣ୍ଡିଆନ ଓ ତାଙ୍କ ଟିମ୍ ସୁଜାତାଙ୍କୁ ରାଜ୍ୟସଭା ପଠାଇବାକୁ ଚାହୁଁଛନ୍ତି ବୋଲି । ଯଦି ଏମିତି ହୁଏ ତେବେ ପାଣ୍ଡିଆନ ପୁଣି ଥରେ ରାଜନିତୀରେ ଆଗକୁ ଆସିପାରନ୍ତି । ଆଉ ସିଧାସଳଖ ବିଜେଡିରେ ନିଜର ହାକିମାତି ଦେଖାଇ ଦଳର ନେତାଙ୍କୁ ତାଙ୍କ ଅନୁସାରେ କାମ କରିବାକୁ କହିପାରନ୍ତି । ପାଣ୍ଡିଆନଙ୍କ ପାଇଁ ବିଜେଡି ୨୦୨୪ ନିର୍ବାଚନ ହାରିଲା ବୋଲି ଦଳ ଭିତରେ ଯେଉଁ କଥା ଉଠିଥିଲା ତାହା ମଧ୍ୟ ଭୁଲ ବୋଲି ପ୍ରମାଣିତ ହୋଇଯିବ ।

ହେଲେ ଏହାକୁ ସହଜରେ ହଜମ କରିପାରୁନାହାନ୍ତି କିଛି ବରିଷ୍ଠ ନେତା । କାରଣ ଯଦି ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଜ୍ୟସଭା ଯିବେ, ତାହେଲେ ବିଜେଡି ବରିଷ୍ଠଙ୍କ ଦବଦବା ଦଳରେ ରହିବନି । ସେଥିପାଇଁ ପାଣ୍ଡିଆନ ଦମ୍ପତି ବିଜେଡିକୁ ଧିରେ ଧିରେ ନିଜ କବ୍‌ଜାକୁ ନେଇଯିବେ । ଆଉ ନବୀନ ମଧ୍ୟ ତାଙ୍କୁ ଖୋଲା ହସ୍ତରେ ସମର୍ଥନ କରିବେ । ଫଳରେ ପାର୍ଟି ଭିତରେ ପାଣ୍ଡିଆନ ପ୍ରେମୀଙ୍କ ସଂଖ୍ୟା ବଢିଯିବ । ଏହି ସବୁ ଆଭାସ ମିଳିବା ପରେ ବିଜେଡି ଭିତରେ ଏବେ ଟଣାଓଟରା ଚାଲିଲାଣି । ଦରକାର ପଡ଼ିଲେ ଏହା ଗଣ୍ଡଗୋଳର ରୂପ ନେଇପାରେ । ଏହି ଗୋଟିଏ ରାଜ୍ୟସଭା ଆସନ ହିଁ ବିଜେଡି ପାଇଁ କାଠିକର ପାଠ ହୋଇପାରେ ।