କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଲିଓନେଲ୍ ମେସି । କିଏ ନିଜ ନାଁରେ ଯୋଡିବ, ସଫଳତାର ନୂଆ ଏକ ଫର୍ଦ୍ଦ ? କିଏ ପ୍ରଥମେ ତାଙ୍କର ଫୁଟବଲ୍ କ୍ୟାରିୟରରେ, ୧୦୦୦ ଟି ଗୋଲ କରିବାର ପାହାଚରେ ପ୍ରଥମେ ପାଦ ଥାପିବେ । ବର୍ତ୍ତମାନ ଏହାକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି । ଅବଶ୍ୟ ଏହି ରେସରେ ବର୍ତ୍ତମାନ ସୁଦ୍ଧା ଆଗରେ ରୋନାଲ୍ଡୋ ରହିଛନ୍ତି । କିନ୍ତୁ ମେସିଙ୍କର ଗୋଲ୍ ସଂଖ୍ୟା ବି କିଛି କମ୍ ନୁହେଁ । ରୋନାଲ୍ଡୋଙ୍କ ତୁଳନାରେ କମ୍ ମ୍ୟାଚ୍ ମେସି ଖେଳିଥିବା ବେଳେ, ତାଙ୍କ ଗୋଲ୍ ସଂଖ୍ୟା ବି ରୋନାଲ୍ଡୋଙ୍କ ଠାରୁ ବେଶୀ ପଛରେ ନାହିଁ । କାହିଁକି ନା, କ୍ରିଷ୍ଟିଆନୋ ରୋନାଲ୍ଡୋ୧୨୯୬ଟି ମ୍ୟାଚ୍ ଖଏଳିଥିବା ବେଳେ, ୯୫୩ଟି ଗୋଲ୍ କରିଛନ୍ତି । ସେହିଭଳି ଲିଓନେଲ୍ ମେସି ମଧ୍ୟ ୧୧୩୨ଟି ମ୍ୟାଚ୍ ଖେଳିଥି୍ବା ବେଳେ ୮୯୨ଟି ଗୋଲ୍ କରିଛନ୍ତି । ତେଣୁ ରୋନାଲ୍ଡୋଙ୍କୁ ୧୦୦୦ ପଏଣ୍ଟରେ ପହଞ୍ଚିବା ପାଇଁ ଆଉ ୪୭ଟି ଗୋଲ୍ ଆବଶ୍ୟକ ରହିଥିବା ବେଳେ, ମେସିଙ୍କୁ ୧୦୦୦ ପଏଣ୍ଟରେ ପହଞ୍ଚିବା ପାଇଁ ଆଉ ୧୦୮ଟି ଗୋଲର ଆବଶ୍ୟକ ରହିଛି ।