ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ନିମ୍ବ ଗଛରୁ ଝରୁଛି ଧଳା ରସ

ଯାଜପୁର: ନିମ୍ବ ଗଛରୁ ଝରୁଛି ଧଳା ରସ। ବିଭିନ୍ନ ସମୟରେ ନିମ୍ବ ଗଛରେ ଅଲୌକିକ ଘଟଣା ମାନ ସାମ୍ନାକୁ ଆସୁଥିବାବେଳେ ଏବେ ଗଛରୁ ଧଳ ରଙ୍ଗର ରସ ଝରୁଥିବା ଦେଖିବାକୁ ମିଳିଛି । ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଭୟପୁର ଗ୍ରାମ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ । ଗ୍ରାମର ଏକ ନିମ୍ବ ଗଛରୁ ଧଳା ରଙ୍ଗର ରସ ଝରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ପ୍ରତ୍ୟକ୍ଷଦର୍ଶୀ କ୍ଷୀର ବୋଲି କହୁଥିବା ବେଳେ ବୈଜ୍ଞାନିକ ମତ ଦୃଷ୍ଟି କୋଣରୁ ଏହା ସ୍ଵାଭାବିକ ପ୍ରକ୍ରିୟା ବୋଲି କୁହାଯାଏ। ମଙ୍ଗରାଜପୁର ଗ୍ରାମର ଜିତେନ୍ କୁମାର ବେହେରାଙ୍କ ବାଡ଼ିରେ ଦୀର୍ଘ ଦଶବର୍ଷ ହେବ ଏକ ନିମ୍ବଗଛ ରହିଥିବାବେଳେ ଆଜିକୁ ୮ ଦିନ ତଳେ ଜିତେନ୍ ଙ୍କ ମା କାମ କରୁଥିବା ସମୟରେ ହଠାତ୍ ବାଡ଼ି ନିମ୍ବଗଛରୁ କ୍ଷୀର ବାହାରୁଥିବା ଦେଖିବାକୁ ପାଇଥିଲେ।ପରିବାର ଓ ପଡୋଶୀଙ୍କୁ ଜଣାଇବାରୁ ସମସ୍ତେ ଆଶ୍ଚର୍ୟ୍ୟ ହୋଇଥିଲେ। ଗଛଟିରୁ ହଟାତ କାହିଁକି ଏ ପରି କିଛି ବାହାରିଲା ତାହା କେହି କିଛି ଜାଣିପାରୁନଥାନ୍ତି ।