ତାମିଲନାଡୁ: ରାସ୍ତା କଡରେ ଥିବାବେଳେ ମାଡିଗଲା ଗାଡି, ଚାଲିଗଲା ୭ଜଣଙ୍କ ଜୀବନ ଏଭଳି ଘଟଣା ଘଟିଛି ତାମିଲନାଡୁର ଇରୁପଥୁର ଜିଲ୍ଲାରେ । ପୁଲିସ କହିବା ଅନୁସାରେ, କିଛି ଲୋକ ଏକ ଭ୍ୟାନରେ କେଉଁଆଡେ ଯାତ୍ରା କରୁଥିଲେ। ତିରୁପଥୁର ଜିଲ୍ଲାର ଏକ ସ୍ଥାନରେ ହଠାତ୍ ସେମାନଙ୍କ ଗାଡି ଖରାପ ହୋଇଯାଇଥିଲା। ଦୀର୍ଘ ସମୟ ଧରି ଗାଡି ଠିକ୍ ହୋଇନଥିଲା। ଫଳରେ ଯାତ୍ରୀମାନେ ଗାଡିରୁ ଓହ୍ଲାଇ ରାସ୍ତାକଡରେ ବସିଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୭ଜଣଙ୍କ ଜୀବନ ଚାଲିଯାଇଛି। ଷ୍ଟେସନାରୀ ଭ୍ୟାନ ପଛପଟୁ ଟ୍ରକକୁ ଧକ୍କା ଦେଇଥିବାରୁ ଟ୍ରକ୍ ଟି ଆଗକୁ ମାଡି ଲୋକଙ୍କ ଉପରେ ଚଢିଯାଇଥିଲା । ଏନେଇ ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।