ପୁରୀ : ସୁସ୍ଥ ହେଲେ ମହାପ୍ରଭୁ । ଜ୍ୱରରୁ ସୁସ୍ଥ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ । ମହାପ୍ରଭୁଙ୍କ ସୁସ୍ଥ ଖବର ନେଇ ରାଜ ପ୍ରସାଦରେ ପହଞ୍ଚି ଲେ ସେବାୟତ । ସୁସ୍ଥ ଖବର ନେଇ ମହାରାଜାଙ୍କୁ ଜଣାଇଲେ ସେବାୟତ । ଶ୍ରୀ ଜିଉଙ୍କ ଅସୁସ୍ଥ ସମୟରେ ଗୁପ୍ତ ଉପଚାର ଚାଲୁଥିଲା । ଜ୍ୱରରେ ପୀଡିତ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ମହାପ୍ରଭୁ ନବଯୌବନ ପ୍ରାପ୍ତି ପୂର୍ବରୁ ଅଣସର ପିଣ୍ଡିରେ ଚାଲିଥିଲା ଗୋପନ ସେବା । ଗତକାଲି ମହାପ୍ରଭୁଙ୍କ ଅଣସର ନୀତି ଚକା ଉପରେ ସଂପନ୍ନ ହୋଇଥିଲା । ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ପସନ୍ଦର ତୁଳସୀ ବି ଶ୍ରୀଅଙ୍ଗରେ ଲାଗି ହୋଇଛି । ଚକା ଉପରେ ବିଜେ ଅବସ୍ଥାରେ ମହାପ୍ରଭୁ ନାଲି ରଙ୍ଗର ପାଟବସ୍ତ୍ର ପରିଧାନ କରିଛନ୍ତି । ଆଜି ବିଳମ୍ବିତ ରାତିରେ ଏସବୁ ନୀତି ସମ୍ପର୍ଣ୍ଣ ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ଅନୁଭବ କରୁଛନ୍ତି ।