ମାସେ ଯାଏଁ ଛାଡି ସିଅନ୍ତୁ ଚା’ ଏବଂ କଫି,ଶରୀରରେ ଆସିବ ପରିବର୍ତ୍ତନ

ଭାରତୀୟ ଲୋକଙ୍କୁ ସକାଳୁ ଉଠିବା ମାତ୍ରେ ଚା କଫି ପିିଇବାକୁ ଅଭ୍ୟାସ ଅଛି । କିଛି ଲୋକ ତ ଏପରି ଅଛନ୍ତି ଚା ଓ କଫି ଦିନକୁ ଚାରି କପ କିମ୍ବା ତା ଠାରୁ ଅଧିକ ପିଅନ୍ତି । ଯଦି କିଛି ଦିନ ପାଇଁ ଚା’ କିମ୍ବା କଫି ଛାଡିଦବା ପାଇଁ କୁହାଯାଏ, ତେବେ ଅନକେ ଲୋକଙ୍କ ପାଇଁ ଏହା ସମ୍ଭବ ନୁହେଁ। କାରଣ ଏହା ଏକ ପ୍ରକାର ନିଶା । ତେବେ ଆସନ୍ତୁ ଜାଣିବା, ମାସେ ପର୍ଯ୍ୟନ୍ତ ଏଥିରୁ ଦୂରେଇ ରହିଲେ ଆମ ଶରୀରରେ କଣ ପରିବର୍ତ୍ତନ ହୋଇଥାଏ ।

ବ୍ଲଡ୍ପ୍ରେସର ନିୟନ୍ତ୍ରଣରେ ରହିବ:

ଯଦିଓ ଚା’ ଏବଂ କଫି ଆମକୁ ଥକ୍କାପଣରୁ ମୁକ୍ତି ଦେଇଥାଏ, କିନ୍ତୁ ଏହା ବ୍ଲଡ୍‌ପ୍ରେସର ବଢାଇଥାଏ । ଯାହା ଶରୀର ପାଇଁ ଖରାପ ହୋଇଥାଏ। କାରଣ ଏଥିରେ କାଫେନ୍ ଅଧିକ ମାତ୍ରାରେ ରହିଥାଏ । ତେଣୁ ଆପଣ ଯଦି ମାସେ ପର୍ଯ୍ୟନ୍ତ ଚା’ ଓ କଫି ପିଇବା ବନ୍ଦ କରିଦେବେ ତେବେ ବ୍ଲଡ୍‌ପ୍ରେସର ନିୟନ୍ତ୍ରଣକୁ ଆସିଯିବ ଏବଂ ହାଇବିପି ସମସ୍ୟାରୁ ମୁକ୍ତି ପାଇବେ ।

ଆରାମଦାୟକ ନିଦ ଆସିଥାଏ:

ଚା’ ପିଇବା ଛାଡିଦେଲେ ଏହା ନିଦ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଏହା ଦ୍ୱାରା ଆପଣ ଠିକ ସମୟରେ ଶୋଇପାରିବେ। ଏଥିସହିତ ଆମ ଶରୀରର ସ୍ନାୟୁକୁ ସକ୍ରିୟ କରିଦେଇଥାଏ ।

ଦାନ୍ତରେ ଚମକ୍ଆସିଥାଏ :

ଚା’ ଏବଂ କଫି ପରି ଗରମ ପଦାର୍ଥ ଦାନ୍ତ ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ । ଏଥିରେ ସାମାନ୍ୟ ଏସିଡିକ୍‌ ଅଛି ଯାହାକି ଦାନ୍ତର ଇନେମଲକୁ ନଷ୍ଟ କରିପାରେ । ଏହା କାରଣରୁ ଦାନ୍ତର ରଙ୍ଗ ମଳିନ ପଡିବା ସହ ଦାନ୍ତ ଦୁର୍ବଳ ହୋଇଯାଏ । ତେଣୁ ଚା’ ଏବଂ କଫି ଛାଡିବା ଦ୍ୱାରା ଦାନ୍ତ ସଫା ସହ ମଜବୁତ ରହିଥାଏ।