ରାଷ୍ଟ୍ରପତି ଗାଦିରେ ବସିବା ପରେ ଟ୍ରମ୍ପଙ୍କୁ ମିଳିବ କେଉଁ କେଉଁ ସୁବିଧା ?

0

ବ୍ୟୁରୋ : ଫେରିଲା ଟ୍ରମ୍ପ ଶାସନ। ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ପରେ ସୋମବାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ସହିତ ରିପବ୍ଲିକାନ ନେତା ଜେଡି ଭାନ୍ସ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ବିଚାରପତି ଜନ୍ ରବର୍ଟସ୍ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇଥିଲେ । ପ୍ରବଳ ଥଣ୍ଡା ଯୋଗୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ଆମେରିକୀୟ ସଂସଦ ଭବନ ଭିତରେ ଅନୁଷ୍ଠିତ ହୋଇଛି । ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍, ଜର୍ଜ ବୁଶ, ବାରାକ୍ ଓବାମାଙ୍କଠାରୁ ଆରମ୍ଭ କରି ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍ ସମାରୋହରେ ସାମିଲ ହୋଇଥିଲେ। ଭାରତର ପ୍ରତିନିଧିତ୍ୱ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ଏହି ଉତ୍ସବରେ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନି ମଧ୍ୟ ସାମିଲ ହୋଇଥିଲେ ।

ତେବେ ଜାଣନ୍ତୁ, ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କୁ ମିଳିବ କେତେ ଟଙ୍କା ସାଲାରୀ ଆଉ ମିଳିବ କେଉଁ କେଉଁ ସୁବିଧା ?

ଆମେରିକା ରାଷ୍ଟ୍ରପତିଙ୍କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିତ୍ବ କୁହାଯାଏ । ଆମେରିକାର ସତ୍ତା ସମ୍ଭାଳିବାକୁ ରାଷ୍ଟ୍ରପତିଙ୍କୁ କୋଟି କୋଟି ଟଙ୍କା ଦରମା ମିଳେ । କେବଳ ଦରମା ନୁହେଁ ଆଲାଉନ୍ସ ସହ ହାଇଟେକ ସିକ୍ୟୁରିଟି ଓ ବିଭିନ୍ନ ପ୍ରକାର ବିଳାସପୂର୍ଣ୍ଣ ସୁବିଧା ମିଳିଥାଏ ।


ପ୍ରତି ମାସରେ ଆମେରିକାର ରାଷ୍ଟ୍ରପତି କୋଟି କୋଟି ଟଙ୍କା ଦରମା ପାଆନ୍ତି । ପ୍ରତିବର୍ଷ ରାଷ୍ଟ୍ରପତିଙ୍କୁ ୪,୦୦,୦୦୦ ଡଲାର ଅର୍ଥାତ ପ୍ରାୟ ୩ କୋଟି ୪୬ ଲକ୍ଷ ଟଙ୍କା ଦରମା ମିଳିଥାଏ। ଆମେରିକାର ରାଷ୍ଟ୍ରପତି ୨୦୦୧ ମସିହାରୁ ଏହି ଦରମା ପାଇ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଏହି ଦରମା ଆମେରିକୀୟ ସଂସଦ ଦ୍ୱାରା ନିର୍ଣ୍ଣୟ କରାଯାଇଥିଲା । ଦରମା ସହିତ, ରାଷ୍ଟ୍ରପତିଙ୍କୁ ୧,୬୯,୦୦୦ ଡଲାର ଅର୍ଥାତ୍ ପ୍ରାୟ ୧.୪୬ କୋଟି ଟଙ୍କା ମୂଲ୍ୟର ଆଲାଉନ୍ସ ମଧ୍ୟ ଦିଆଯାଏ ।

ମୋଟାମୋଟି ଭାବରେ, ଆମେରିକାର ରାଷ୍ଟ୍ରପତି ପ୍ରତିବର୍ଷ ପ୍ରାୟ ୫ କୋଟି ଟଙ୍କା ପାଆନ୍ତି ।
ଉଘଈଉର ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତିଙ୍କ ଆଲାଉନ୍ସରେ ୫୦ ହଜାର ଡଲାର ଖର୍ଚ୍ଚ, ୧୯ ହଜାର ଡଲାର ମନୋରଞ୍ଜନ ଖର୍ଚ୍ଚ ଏବଂ ୧ ଲକ୍ଷ ଡଲାର ଅଣ-କର ଟ୍ରାଭେଲ୍ ଆକାଉଣ୍ଟ ଅନ୍ତର୍ଭୁକ୍ତ ଆଲାଉନ୍ସ ଦିଆଯାଏ । ଏହା ବ୍ୟତୀତ, ଆମେରିକୀୟ ରାଷ୍ଟ୍ରପତିଙ୍କୁ ଅନ୍ୟାନ୍ୟ ଖର୍ଚ୍ଚ କରିବାର ମଧ୍ୟ ଅନୁମତି ରହିଥାଏ । ଏହା ସହ ରାଷ୍ଟ୍ରପତିଙ୍କୁ ବିଶ୍ୱର ସବୁଠୁ ସୁରକ୍ଷିତ ବିଲ୍ଡିଂ ହ୍ୱାଇଟ୍ ହାଉସରେ ରହିବାକୁ ସୁଯୋଗ ଦିଆଯାଏ ।