ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ନୀତି ଆୟୋଗ ବୈଠକ ଚାଲିଛି। ଏହି ବୈଠକରେ ବିଜେପି ଶାସନ କରୁଥିବା ବିଜେପିର ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ । ହେଲେ ବୈଠକ ଚାଲିଥିବା ସମୟରେ ଅଧାରୁ ଉଠିଯାଇଛନ୍ତି ମମତା । କେବଳ ଏତିକି ନୁହେଁ ମମତା କହିଛନ୍ତି, ମୋତେ ବୈଠକରେ କିଛି କହିବାକୁ ଦିଆଯାଉନି। ଏହା କ’ଣ ଚାଲିଛି।
ମମତା କହିଛନ୍ତି, କେନ୍ଦ୍ର ସରକାର ମନଇଚ୍ଛା କାର୍ଯ୍ୟ କରୁଛନ୍ତି। ମୁଁ କେନ୍ଦ୍ର ସରକାରଙ୍କୁ କହିଲି ରାଜ୍ୟ ସରକାରଙ୍କ ସହିତ ମତଭେଦ କରିବା ଉଚିତ୍ ନୁହେଁ। ମୁଁ କହିବାକୁ ଚାହୁଁଥିଲି ହେଲେ ମୋତେ ୫ ମିନିଟ୍ କହିବାକୁ ଦିଆଗଲା। ମୋ ପୂର୍ବରୁ ଆଉ ସମସ୍ତଙ୍କୁ ୧୦-୨୦ ମିନିଟ୍ ସମୟ ଦିଆଯାଉଥିଲା। ବିରୋଧୀ ପକ୍ଷରୁ ମୁଁ ଏକା ବୈଠକରେ ସାମିଲ ହୋଇଥିଲି। ହେଲେ ମୋତେ କହିବାକୁ ଦିଆଗଲାନି। ଏହା ଅପମାନଜନକ ବୋଲି ମମତା କହିଛନ୍ତି।
ସେପଟେ ଏଥର ବୈଠକର ମୁଖ୍ୟ ଫୋକସରେ ରହିଛି ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ। ଏଥିପାଇଁ ଆଲୋଚନାର ପ୍ରମୁଖ ୫ଟି ପ୍ରସଙ୍ଗ ରୁପେ ପାନୀୟ ଜଳ, ବିଦ୍ୟୁତ, ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ଜମି ଓ ସଂପତ୍ତି ଡିଜିଟାଇଜେସନ ଉପରେ ଗୁରୁତ୍ୱ ଦିଆଯିବ । ଏଥିସହ ସାଇବର ସିକ୍ୟୁରିଟି ଏବଂ ଇଓ ଉପରେ ମଧ୍ୟ ସ୍ୱତନ୍ତ୍ର ଅଧିବେଶନରେ ଆଲୋଚନା କରାଯିବ। ଗତ ଡିସେମ୍ବରରେ ଅନୁଷ୍ଠିତ ତୃତୀୟ ଜାତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀରେ ଦିଆଯାଇଥିବା ସୁପାରିଶଗୁଡ଼ିକର ମଧ୍ୟ ସମୀକ୍ଷା ହେବ।