ବଡ ଧରଣର ବିସ୍ଫୋରଣ, ୪ ପିଲା ଗୁରୁତର
ପଶ୍ଚିମବଙ୍ଗର ବୀରଭୂମରେ ଏକ ବଡ ଧରଣର ବିସ୍ଫୋରଣ। ବମ୍କୁ ବଲ୍ ଭାବି ଖେଳ ପଡିଆରେ ପିଲାମାନେ ଉଠାଇଦେଇଥିଲେ ।
(କୋଲକତା) : ପଶ୍ଚିମବଙ୍ଗର ବୀରଭୂମରେ ଏକ ବଡ ଧରଣର ବିସ୍ଫୋରଣ। ବମ୍କୁ ବଲ୍ ଭାବି ଖେଳ ପଡିଆରେ ପିଲାମାନେ ଉଠାଇଦେଇଥିଲେ । ଏହା ପରେ ହଠାତ୍ ଯୋରଦାର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୪ ଜଣ ପିଲା ଆହତ ହୋଇଛନ୍ତି। ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପହଂଚି ସମସ୍ତ ଆହତ ପିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ସୂଚନାନୁଯାୟୀ , ମଧ୍ୟାହ୍ନ ସମୟରେ କିଛି ପିଲା ଖେଳିବା ବେଳେ ବମ୍କୁ ବଲ୍ ଭାବି ଉଠାଇ ନେଇଥିଲେ। ଏହାପରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ସୂଚନା ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।